Below header

ଘଡିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ବନ୍ୟ ବିଭାଗ ପକ୍ଷରୁ ନୂତନ ପଦକ୍ଷେପ, ଟିକରପଡାର ସୁନାଖଣିଠାରେ ଛଡାଗଲା ୫ଟି କୁମ୍ଭୀର

ଟିକରପଡା(କେନ୍ୟୁଜ୍): ବିଶ୍ୱର ସର୍ବପୁରାତନ ପ୍ରଜାତିର ଘଡିଆଳ କୁମ୍ଭୀର ବଂଶ ବୃଦ୍ଧି ପାଇଁ ବନ୍ୟ ବିଭାଗ ପକ୍ଷରୁ ନୂତନ ପଦକ୍ଷେପ। ୫ଟି ଘଡିଆଳ କୁମ୍ଭୀରଙ୍କୁ ମହାନଦୀର ଟିକରପଡାରେ ସୁନାଖଣିଠାରେ ପିସିସିଏଫ ବନ୍ୟପ୍ରାଣୀ ପକ୍ଷରୁ ଛଡାଯାଇଛି । ବିଶେଷକରି ବହୁ ଦିନରେ ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛି ବନ୍ୟବିଭାଗ । ନନ୍ଦନକାନନଠାରେ ଏହି ଘଡିଆଳ କୁମ୍ଭିରଙ୍କ ବ୍ରିଡିଂ କରାଗଲାପରେ ଛଡାଯାଇଛି ।ସେମାନଙ୍କର ଗତିବିଧୀ ଉପରେ ଏହି ଟ୍ରାନସମିଟର ଟ୍ରାକିଂ କରାଯାଇପାରିବା ପିସିସିଏଫ ଓ୍ଵାଇଲ ଲାଇଫ କହିଛନ୍ତି ଏଭଳି ପଦକ୍ଷେପ ଦ୍ୱାରା ଏକ ପ୍ରଜେକ୍ଟ କରାଯାଇ ଛଡାଯାଇଛି ।

ସେପଟେ ଏକ୍ସପୋର୍ଟଙ୍କ ମତରେ ଘଡିଆଳ କୁମ୍ଭୀର ୨୨ ପ୍ରକାର ପ୍ରଜାତି ଦେଖିବାକୁ ମିଳିଛି ।ବିଶେଷକରି ଏହା ଡାଇନେସର ପ୍ରଜାତିର , ଏମାନଙ୍କ ବଂଶ ଧୀରେ ଧୀରେ ଲୋପ ପାଉଛିାରାଜ୍ୟ ବନ୍ୟ ପ୍ରାଣୀ ବିଭାଗ ଯେଉଁ ପଦକ୍ଷେ ନେଇଛନ୍ତି ତାକୁ ସ୍ୱାଗତ କରିବା ତେବେ ଏହି ପ୍ରଜେକ୍ଟ ୧୯୭୭ରୁ କରାଯାଇଥିଲା, ସେ ସମୟରେ ଘଡିଆଳ କୁମ୍ଭିର ବଂଶବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଥିଲା ।ତେବେ ମହାନଦୀର ଏହି ଅବବାହିକାରେ ସେମାନଙ୍କୁ ଟ୍ରାକିଂ କରିବା ସହ ସେମାନଙ୍କ ବଂଶବୃଦ୍ଧି ପାଇଁ ପଦକ୍ଷେପ ପାଇଁ ପିସିସିଏଫଙ୍କ ଉଦ୍ୟମ ପ୍ରଶଂସନୀୟ ।ଏକ୍ସପୋର୍ଟ ଏହି ଘଡିଆଳ କୁମ୍ଭିର ନେଇ ଅନେକ ରୋଚକତଥ୍ୟ ରସର୍ଚ୍ଚ କରି ପୁସ୍ତକରେ ପ୍ରକାଶ କରବା ସହ ପ୍ରଜେକ୍ଟ ରିପୋର୍ଟ ମଧ୍ୟ ୨୦୧୦ରେ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ବିଲୁପ୍ତ ଅବସ୍ଥାକୁ ଯାଉଥିବା ଏହି ଘଡିଆଳ କୁମ୍ଭୀର ବଂଶ ବିସ୍ତାର ପାଇଁ ପରିବେଶ ଉପଯୋଗୀ ହେଲେ ଯାଇ ତାର ବଂଶବିସ୍ତାର ହୋଇପାରିବା ତେବେ ଏଭଳି ଏକ ପଦକ୍ଷେପକୁ ସ୍ୱାଗତ କରାଯାଉଛି ବିଭିନ୍ନ ବର୍ଗରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.