Below header

ତିନି ରଥରେ ଛେରା ପହଁରା ସେବା ସମ୍ପନ୍ନ କଲେ ଗଜପତି ମହାରାଜ

ପୁରୀ(କେନ୍ଯୁଜ୍): ତିନି ଠାକୁରଙ୍କ ପହଣ୍ଡି ବିଜେ ଶେଷ ପରେ ତିନି ରଥରେ ରଥାରୁଢ଼ ହେଲେ ତିନି ଠାକୁର । ଦେବଦଳନରେ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ଓ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ଼ ହୋଇଥିଲେ। ଏହାପରେ ତିନି ରଥରେ ଛେରା ପହଁରା ସେବା ସମ୍ପନ୍ନ କଲେ ଗଜପତି ମହାରାଜ୍ । ଛେରା ପହଁରା ସାରି ଶ୍ରୀନଅରକୁ ବାହୁଡ଼ିଥିଲେ ଗଜପତି।

ସୂଚନା ଥାଉକି, ଗତଥର ଭଳି ଏଥର ବି ସେବାୟତ ଟାଣିବେ ତିନି ରଥ । ଏଥିପାଇଁ ପ୍ରତି ରଥ ପିଛା ୫ ଶହ ଲେଖାଏଁ ସେବାୟତ ରହିବେ । ଖୋଦ୍ ପୁରୀ ଜିଲ୍ଲାପାଳ ନନ୍ଦିଘୋଷ ରଥ ଦାୟିତ୍ୱରେ ରହୁଥିବା ବେଳେ ଏସପି ତାଳଧ୍ୱଜ ଓ ଅତିରିକ୍ତ ଜିଲ୍ଲାପାଳ ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.