ପୃଥିବୀକୁ ମାଡିଆସୁଛି ସୌର ଝଡ଼: ସମଗ୍ର ବିଶ୍ବର ବିଜୁଳି, ମୋବାଇଲ ସିଗନାଲ, GPS ହେବ ପ୍ରଭାବିତ

ମାଡ଼ି ଆସୁଛି ସୌର ଝଡ଼ । ଏହା ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ବେଗରେ ଗତି କରୁଛି । ଫଳରେ ମୋବାଇଲ ସିଗନାଲ, GPS ପ୍ରଭାବିତ ହେବ । ଏଭଳି ସତର୍କବାଣୀ ଦେଇଛନ୍ତି ବୈଜ୍ଞାନିକ ।

ଏକ ବଡ଼ ଧରଣର ସୌର ଝଡ଼ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଏହାର ଗତି ଆହୁରି ବଢ଼ିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଆଜି ଏହା ପୃଥିବୀରେ କୌଣସି ସମୟରେ ମାଡ଼ ହୋଇପାରେ । ଏହାର ପ୍ରଭାବରେ ମୋବାଇଲ ଫୋନ୍‌, ସିଗନାଲ, ଉପଗ୍ରହ ସିଗନାଲ ଓ GPS ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି । ସୌର ଝଡ଼ ପ୍ରଭାବରେ ରେଡିଓ ସିଗନାଲ, ଯୋଗାଯୋଗ ଓ ପାଣିପାଗ ପଭାବିତ ହେବ ।

ରିପୋର୍ଟ ଅନୁଯାୟୀ, ୧୫୮୨ରେ ଆସିଥିବା ଏପରି ତୋଫାନ ଦୁନିଆରେ ଦେଖିବାକୁ ମିଳିଥିଲା। ସେତେବେଳେ ଦୁନିଆ ଶେଷ ହୋଇଯିବ ବୋଲି ଲୋକଙ୍କ ଧାରଣା ଥିଲା। ଆଜି ଆସିବାକୁ ଥିବା ଝଡକୁ ଉତ୍ତର କିମ୍ବା ଦକ୍ଷିଣ ଅକ୍ଷାଂଶରେ ରହୁଥିବା ଲୋକ ଏହାକୁ ଦେଖିପାରିବେ। ଏହା ଧ୍ରୁବ ତାରା ପାଖରେ ରାତି ସମୟରେ ଚମକୁଥିବା ରଶ୍ମି ଭଳି ଦେଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.