ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଲେ ଗଜପତି ଏସପି ସାରା ଶର୍ମା, ଆଦିବାସୀ ଭାଷାରେ ଗୀତ ଗାଇ ଶ୍ରୋତାଙ୍କୁ କଲେ ମନ୍ତ୍ରମୁଗ୍ଧ 

ପାରଳାଖେମୁଣ୍ଡି (କେନ୍ୟୁଜ୍): ପୁଣି ଚହଳ ସୃଷ୍ଟି କଲେ ଗଜପତି ଏସ୍‌ପି ସାରା ଶର୍ମା। ରାଜ୍ୟ ସ୍ତରୀୟ ଏସ୍‌ଡିସି ଫୁଟବଲ କପ୍‌ ପାଇଁ ଆଦିବାସୀ ଭାଷାରେ ଗୀତ ଗାଇ ଶ୍ରୋତାଙ୍କ ମନ୍ତ୍ରମୁଗ୍ଧ କରିଛନ୍ତି ସାରା। ପୂର୍ବରୁ ସିଟିମ୍‌ ପାଇଁ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ଏସ୍‌ପି ସାରା ଶର୍ମା। ସ୍ୱତନ୍ତ୍ର ଉନ୍ନୟନ ପରିଷଦ, SDC ଫୁଟ୍‌ବଲ ୨୦୨୦ କପ୍‌ ଫେବ୍ରୁଆରୀ ୧୪ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁ ରହିଛି।

gajapati sp

ରାଜ୍ୟର ୯ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟ୍‌ବଲ ଦଳ ଏଥିରେ ଭାଗ ନେଉଛନ୍ତି। ମାର୍ଚ୍ଚ ୫ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିଅମରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଗତକାଲି ଏହି ପ୍ରତିଯୋଗିତାର ଜ୍ୟାକେଟ୍‌ ଓ ମାସ୍‌କଟ ଲୋକାର୍ପିତ ହୋଇଥିଲା। ପ୍ରତିଯୋଗିତାରେ ମାସ୍‌କଟ ଭାବେ ଗୁଣ୍ଡୁଚି ମୂଷାକୁ ଚୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.