Below header

ଶୂନ୍ୟରୁ ଆସୁଛି ରେଡ଼ିଓ ସିଗ୍ନାଲ, କଣ ଏଥର ହୋଇପାରିବ କି ଏଲିଅନ ମାନଙ୍କ ସହ ସମ୍ପର୍କ ?

ବର୍ଷ ବର୍ଷ ଧରି ମଣିଷ ଏଲିଅନର ତଲାଶ କରିଆସୁଛି । ବୈଜ୍ଞାନିକମାନେ ପୃଥିବୀରୁ ରେଡ଼ିଓ ତରଙ୍ଗ ପଠାଇ ଏଲିଅନ ମାନଙ୍କ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରି ଆସୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଏଲିଅନସ ମାନେ ମଣିଷର କୌଣସି ସନ୍ଦେଶର ଜବାବ ଦେଇନାହାନ୍ତି । ତେବେ ସେନେଇ ପ୍ରଶ୍ନ ଉଠୁଛି ଯେ ଏଲିଅନ ମାନେ ମଣିଷ ପଠାଉଥିବା ସନ୍ଦେଶର ଉତ୍ତର କାହିଁକି ଦେଉନାହାନ୍ତି ? କଣ ସତରେ ଏଲିଅନ ଅଛନ୍ତି ନା ନାହିଁ ? ଯଦି ଅଛନ୍ତି ତାହେଲେ ସେମାନେ କେଉଁଠି ରହୁଛନ୍ତି ?

aliens_080317071824_011119032026.jpg

୧୯୫୦ ମସିହାରେ ପ୍ରସିଦ୍ଧ ବୈଜ୍ଞାନିକ ଏନରିକୋ ଫର୍ମୀ ନିଜର ଜଣେ ସହକର୍ମୀଙ୍କ ଏହି ବିଷୟରେ ପଚାରିଥିଲେ । କାରଣ ଫର୍ମୀ ମାନୁଥିଲେ ଯେ ମଣିଷ ଭଳି ଅନ୍ୟ ବୁଦ୍ଧିମାନ ସଭ୍ୟତା ମଧ୍ୟ ଭିନ୍ନ ଭିନ୍ନ ଗ୍ରହରେ ରହୁଛନ୍ତି କିନ୍ତୁ ପ୍ରଶ୍ନ ଉଠୁଛି ଯେ ଯଦି ସେମାନେ ଅଛନ୍ତି ତାହେଲେ ତାଙ୍କ ସହିତ ଆମର ସମ୍ପର୍କ କାହିଁକି ହେଉପାରୁନାହିଁ ? ପ୍ରକୃତରେ ସେମାନେ କେଉଁଠି ଅଛନ୍ତି ? SETI ବା search for extra terrestrial intelligence ଅନେକ ବର୍ଷ ଧରି ଏହି ପ୍ରଶ୍ନର ଉତ୍ତର ଖୋଜି ଆସୁଛି କିନ୍ତୁ ଆଜି ଆମେ ଯାହା ଆପଣଙ୍କୁ କହିବାକୁ ଯାଉଛୁ କଣ ଏହା ସେହି ପ୍ରଶ୍ନର ଉତ୍ତର ..

Image result for Mysterious radio signals from deep space

ବୈଜ୍ଞାନିକମାନେ ଏକ ଏପରି ସିଗନାଲ ଖୋଜି ବାହାର କରିଛନ୍ତି ଯାହା ଏକ ନିଶ୍ଚିତ ସମୟ ଅନ୍ତରାଳରେ ବାରମ୍ବାର ଅନ୍ତରୀକ୍ଷରୁ ପୃଥିବୀକୁ ଆସୁଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଏକ ରହସ୍ୟ ହୋଇ ଅଛି କିନ୍ତୁ ବୈଜ୍ଞାନିକମାନେ ଏହି ସିଗନାଲର ନାମ ରଖିଛନ୍ତି FRB ତାହେଲେ କଣ ଏହି FRB ? କେଉଁଠାରୁ ଆସୁଛି ଏହି ସିଗନାଲ ? ବୈଜ୍ଞାନିକମାନେ କିପରି ଏହି ସିଗନାଲକୁ ଖୋଜି ବାହାର କଲେ ଏହି ସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବୁ ।

କଣ ଏହି FRB ?

ଏପରି ନୁହେଁ ଯେ ଏହା ପ୍ରଥମଥର ଶୁଣିବାକୁ ମିଳୁଛି । ପୂର୍ବରୁ ମଧ୍ୟ ଅନ୍ତରୀକ୍ଷରୁ ରେଡ଼ିଓ ସିଗ୍ନାଲ ଆସିବାର ଘଟଣା ସାମ୍ନାକୁ ଆସିଥିଲା କିନ୍ତୁ ଆଶ୍ଚର୍ଯ୍ୟ କଲାଭଳି କଥା ଏହା ଯେ ଏଥର ବୈଜ୍ଞାନିକମାନେ ଯେଉଁ ସିଗ୍ନାଲ ଖୋଜି ବାହାର କରିଛନ୍ତି ଏହା କିଛି ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ପୃଥିବୀକୁ ବାରମ୍ବାର ଆସୁଛି ଯାହାର ନାମ ରଖାଯାଇଛି FRB ବା Fast Radio Bursts ।

କିପରି ହେଲା ଏହାର ପରୀକ୍ଷଣ ?

Image result for Mysterious radio signals from deep space

ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ ଏହି ସିଗନାଲ ପୃଥିବୀଠୁ ୫୦୦ ମିଲିୟନ ବା ୫୦ କୋଟି ଆଲୋକବର୍ଷ ଦୂରରୁ ଆସୁଛି । କାନାଡ଼ାର CHIME ବା Canadian Hydrogen Intensity Mapping Experimentର ବୈଜ୍ଞାନିକମାନେ ୪୦୯ ଦିନ ପର୍ଯ୍ୟନ୍ତ ଏହି ରେଡ଼ିଓ ତରଙ୍ଗର ଚକ୍ର ଉପରେ ନଜର ରଖିଥିଲେ । ରିପୋର୍ଟ ଅନୁଯାୟୀ ବୈଜ୍ଞାନିକ ମାନେ କହିଥିଲେ ଯେ ଏହି ତରଙ୍ଗ ଅନ୍ତରୀକ୍ଷରୁ ୪ ଦିନ ଧରି ଏକ ଘଣ୍ଟା ପର୍ଯ୍ୟନ୍ତ ଆସିଥାଏ । ଏହି ତରଙ୍ଗର ଅବଧି ବହୁତ ଛୋଟ ହୋଇ ଯାଇଥାଏ ତାପରେ ଏହାର ଆସିବା ବନ୍ଦ ହୋଇଯାଇଥାଏ ଏବଂ ଏହି ପ୍ରକ୍ରିୟା ୧୨ ଦିନ ପରେ ପୁଣିଥରେ ଆରମ୍ଭ ହୋଇଥାଏ ।

ପ୍ରକୃତରେ କଣ ଏହି ତରଙ୍ଗର ସ୍ରୋତ ବା କେଉଁଠୁ ଆସୁଛି ଏହି ତରଙ୍ଗ ?

Image result for Mysterious radio signals from deep space

ବୈଜ୍ଞାନିକମାନଙ୍କ ପାଇଁ ଆଜିବି ଏହି ତରଙ୍ଗ ଏକ ରହସ୍ୟ ହୋଇ ରହିଛି । ସେମାନଙ୍କ କହିବା ଅନୁଯାୟୀ ଯଦି ଏହି ତରଙ୍ଗର ସ୍ରୋତ ଜଣାପଡ଼ିଯିବ ତାହେଲେ ଏକଥା ବି ଜଣାପଡ଼ିଯିବ ଯେ ଏହି ତରଙ୍ଗ କାହିଁକି ଆସୁଛି କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହି ତରଙ୍ଗ ଭିନ୍ନ ଭିନ୍ନ ସ୍ରୋତରୁ ଆସୁଅଛି । ରିପୋର୍ଟ ଅନୁଯାୟୀ ପ୍ରଥମ ସିଗ୍ନାଲ ତାର ଓ ଧାତୁର ଏକ ଛୋଟ ଗ୍ୟାଲେକ୍ସିରୁ ଆସିଥିଲା ଏବଂ ଦ୍ଵିତୀୟ ସିଗନାଲ ମଧ୍ୟ ସେହିପରି ଆକାଶଗଙ୍ଗା ଭଳି ଘୁରୁଥିବା ଏକ ଛୋଟ ଗ୍ୟାଲେକ୍ସିରୁ ଆସିଥିଲା । ତେବେ ବର୍ତ୍ତମାନ ବୈଜ୍ଞାନିକମାନେ ଏହି ତରଙ୍ଗ ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ।

ତେବେ ଏହି ବ୍ରହ୍ମାଣ୍ଡ ଏତେ ବଡ଼ ଯେ ଏହାର କଳ୍ପନା କରିବା ବହୁତ ମୁସ୍କିଲ ଏବଂ ଏହି ବ୍ରହ୍ମାଣ୍ଡରେ ଆମ ପୃଥିବୀ ଏକ ବାଲି କଣିକା ସଦୃଶ । ଏହି ପୃଥୀବିଠାରୁ ଶତାଧିକଗୁଣ ଗୁଣ ବଡ଼ କୋଟି କୋଟି ଗ୍ରହ ଆମର ଏହି ବ୍ରହ୍ମାଣ୍ଡରେ ରହିଛନ୍ତି । ସେଥିପାଇଁ ଏହାର ରହସ୍ୟକୁ ଭେଦ କରିବା ଏତେ ବି ସହଜ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.