Below header

ବେଙ୍ଗାଳୁରୁରେ ବଲାଙ୍ଗିର ଝିଅଙ୍କୁ ନିର୍ଯାତନା, ଭିଡିଓ ଭାଇରାଲ

ବେଙ୍ଗାଲୁରୁ(କେନ୍ୟୁଜ୍): ବେଙ୍ଗାଳୁରୁରେ ଓଡିଆ ଝିଅଙ୍କୁ ନିର୍ଯାତନା ଅଭିଯୋଗ। ବଲାଙ୍ଗିର ଜିଲ୍ଲାର ୮ଜଣ ଝିଅ ବେଙ୍ଗାଳୁରୁରେ କାମ କରୁଥିବା ବେଳେ ସେମାନେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ଏକ ଭିଡିଓ ଭାଇରାଲ ହୋଇଛି। ସେମାନଙ୍କୁ ରାଜ୍ୟ ସରକାର ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି । ଡିଡିୟୁ-ଜିକେୱାଇରେ ୬ମାସ ତାଲିମ ପରେ ବେଙ୍ଗାଳୁରୁର ଏକ ସପିଂ ମଲ୍‌ରେ ନିଯୁକ୍ତି କହି ବେଙ୍ଗାଳୁୁରୁ ପଠାଯାଇଥିଲା। ଦୈନିକ ୮ ଘଣ୍ଟା ବଦଳରେ ୧୪ ଘଣ୍ଟା କାମ କରାଇବା ସହ ନିର୍ଯାତନା ଦିଆଯାଉଥିବା କହିଛନ୍ତି । ଏ ସଂପର୍କରେ ବଲାଙ୍ଗିର ଡିଡିୟୁ-ଜିକେୱାଇ ତାଲିମ କେନ୍ଦ୍ରର ଏମ୍‌ଡି କହିଛନ୍ତି ଘଟଣାର ତଦନ୍ତ କରି ସମସ୍ୟାର ସମାଧାନ କରିବୁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.