Below header

ଜାମିନ ମିଳିଲା କିନ୍ତୁ ଜେଲରୁ ବାହରିପାରିବନି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ

କେନ୍ୟୁଜ୍(ବ୍ୟୁରୋ): ଜାମିନ୍‌ ସତ୍ତ୍ୱେ ଜେଲ୍‌ରୁ ବାହାରି ପାରିବେନି ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ରାଜାଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରିଛନ୍ତି କମିଶନରେଟ୍‌ ପୋଲିସ । ପୋଲିସ ପକ୍ଷରୁ ଠିକ୍‌ ସମୟରେ ଚାର୍ଜସିଟ୍‌ ଦାଖଲ ହୋଇନଥିବାରୁ ରାଜାଙ୍କୁ ସର୍ତ୍ତମୂଳକ ଜାମିନ୍‌ ଦେଇଥିଲେ ଭୁବନେଶ୍ୱର ଏସ୍‌ଡଜେଏମ୍‌ କୋର୍ଟ ।

ହେଲେ ଏକାଧିକବାର ଅପରାଧିକ ମାମଲାରେ ସଂପୃକ୍ତ ରହୁଥିବାରୁ ରାଜାଙ୍କ ବିରୋଧରେ ତୁରନ୍ତ ଏନ୍‌ଏସ୍‌ଏ ଲାଗୁ କରିଥିଲା କମିଶନରେଟ୍‌ ପୋଲିସ । ଫଳରେ ବର୍ତ୍ତମାନ ଜେଲ୍‌ରୁ ବାହାରି ପାରିବେନି ରାଜା ଆଚାର୍ଯ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.