Below header

ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ SITକୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦିଆଯାଉ: ଓଡିଶା ପୋଲିସର ଅପିଲ୍

କେନ୍ୟୁଜ୍(ବ୍ୟୁରୋ):  ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗଣମାଧ୍ୟମ ଓ ଜନସାଧାରଣଙ୍କୁ ଓଡ଼ିଶା ପୋଲିସର ଅପିଲ୍‌ । କ୍ରାଇମବ୍ରାଞ୍ଚ SITକୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦିଆଯାଉ । ନିରପେକ୍ଷ, ସଠିକ ତଦନ୍ତ ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ । ଯଦୁପୁର ନାବାଳିକାକୁ ନ୍ୟାୟ ଦେବା ନେଇ ସବୁ ପ୍ରକାର ପ୍ରଚେଷ୍ଟା ଚାଲିଛି ।

ତଦନ୍ତରେ ପୁରା ଗାଁ ଲୋକ ସହଯୋଗ କରୁଛନ୍ତି । ଜଣେ ବ୍ୟକ୍ତି ତଦନ୍ତକୁ ନେଇ କୁତ୍ସାରଟନା କରୁଛନ୍ତି । ଏହା ଅଫିସରଙ୍କ ମନୋବଳକୁ ପ୍ରଭାବିତ କରିପାରେ । ଏହା ଦୁର୍ଭାଗ୍ୟଜନକ ଓ ଅନୈତିକ ବୋଲି କହିଛି ଓଡ଼ିଶା ପୋଲିସ । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏବେ ନାବାଳିକା ହତ୍ୟା ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଏସଆଇଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.