ଆଳି : ବ୍ରାହ୍ମଣୀ ନଦୀରୁ ଗାଁ ଭିତରକୁ ପଶି ଆସିଲା ୧୦ ଫୁଟ ଲମ୍ବର କୁମ୍ଭୀର

ଆଳି (କେନ୍ୟୁଜ୍‌) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ନଳଦିଆ ଗାଁ ରୁ ୧୦ଫୁଟ ଲମ୍ବର କୁମ୍ଭୀର କୁ ଗ୍ରାମବାସୀ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କରିଛନ୍ତି। କୁମ୍ଭୀରଟି ବ୍ରାହ୍ମଣୀ ନଦୀରୁ ଜନବସତିକୁ ଚାଲି ଆସିଥିଲା। ଲୋକମାନେ ଦେଖିବା ପରେ କାହାର କିଛି କ୍ଷତି କରିବା ପୂର୍ବରୁ କୁମ୍ଭୀରଟିକୁ କାବୁ କରି ନେଇଥିଲେ। ଗ୍ରାମବାସୀ ସଂଗେ ସଂଗେ ରାଜନଗର ବନବିଭାଗକୁ ଜଣାଇ ଥିଲେ। ବନବିଭାଗ କର୍ମଚାରୀମାନେ ଆସି କୁମ୍ଭୀରଟିକୁ ନେଇଛନ୍ତି।

 

Leave A Reply

Your email address will not be published.