Micromax In Note 1 ଉପରେ କମ୍ପାନୀ ଦେଉଛି ଦମଦାର ଅଫର, ଆରମ୍ଭ ହୋଇଯାଇଛି ସେଲ

ମାଇକ୍ରୋମାକ୍ସ ନିଜ IN Note 1 ସ୍ମାର୍ଟଫୋନ ଉପରେ ପୁଣି ଥରେ ସେଲ ଲାଗୁ କରିଛି । ୟୁଜର ମାନେ କମ୍ପାନୀ ୱେବସାଇଟ କିମ୍ବା ଫ୍ଲିପକାର୍ଟରୁ ଏହାକୁ ଖୁବ କମ ଦାମରେ କିଣିପାରିବେ ଆଉ ଚଳିତ ଥର ଅଧିକ ସ୍ଟକ ମହଜୂତ ରହିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଆଜି ରାତି ୧୨ଟା ଠାରୁ ଦୁଇ ଆକର୍ଷଣୀୟ କଲର ଅପସନ ଯେମିତିକି ଗ୍ରୀନ ଓ ହ୍ୱାଇଟ ରଙ୍ଗର ଭେରିୟାଣ୍ଟ ସେଲ ସହ ବିକ୍ରି ଆରମ୍ଭ ହେବ । କମ୍ପାନୀ ପକ୍ଷରୁ 4GB + 64GB ଭେରିୟାଣ୍ଟର ଦର ୧୦,୯୯୯ ଟଙ୍କା ଓ 4 GB+128GBର ଦର ୧୨,୪୯୯ ଟଙ୍କା ରଖାଯିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଡୁଆଲ ସିମ ସପୋର୍ଟ ବିଶିଷ୍ଟ ଏହି ଦୁଇ ସେଟ ଆଣ୍ଡ୍ରଏଡ଼ 10 ଭର୍ସନରେ କାମ କରିଥାଏ ।

ଏଥିରେ ୬.୬୭ ଇଞ୍ଚ ଫୁଲ ଏଚଡ଼ି ଡିଷ୍ପ୍ଲେ ସୁବିଧା ବି ରହିଛି । ଏହାବାଦ ୪ GB ରାମ ସହ ଅକଟାକୋର Media Tek Helio G 85 ପ୍ରସେସର ସୁବିଧା ରହିଛି । ଏହା ବ୍ୟତୀତ ଫୋନର ରିୟରରେ କ୍ଵାଡ଼କ୍ୟାମେରା ସେଟଅପ ବ୍ୟବସ୍ଥା ରହିଛି । ଏହାର ପ୍ରାଇମେରୀ କ୍ୟାମେରା 48 MP ଥିବା ବେଳେ ୫ MP ୱାଇଡ ଆଙ୍ଗଲ କ୍ୟାମେରା, ୨ MP ମାକ୍ରୋ କ୍ୟାମେରା ଓ ୨ MP ଡେ଼ପଥ ସେଂସିଗ କ୍ୟାମେରା ସେଟଅପ ରହିଛି । ସେଲ୍ଫି ପାଇଁ ଏହି ଫ୍ରଣ୍ଟରେ ୧୬ MP ଭଳି ଦମଦାର କ୍ୟାମେରା ସୁବିଧା ରହିଛି

ଏହାର ଇଂଟରନାଲ ମେମୋରୀ ୧୨୮ GB ହୋଇଥିବା ବେଳେ ଯାହାକୁ ଦରକାର ଅନୁଯାୟୀ କାର୍ଡ଼ ସାହାଯ୍ୟରେ ବଢ଼ା ଯାଇପାରିବ । କନେକ୍ଟିଭିଟି ଦୃଷ୍ଟିରୁ 4G Volte , WI fi , ବ୍ଲୁ ଟୁଥ, GPS / A -GPS, USB ଟାଇପ -C ଓ 3.5 mm hedphon ଜ୍ୟାକ ସପୋର୍ଟ ରହିଛି । ଫିଙ୍ଗରପ୍ରିଣ୍ଟ ସେନ୍ସର ରିୟର ମାଉଁଟେଡ଼ ପରି ଲାଟେଷ୍ଟ ସୁବିଧା ରହିଛି । ଏଥିରେ ଥିବା ୫୦୦୦ mAh ଥିବା ବ୍ୟାଟେରୀ 18W ଫାଷ୍ଟ ଚାରଜିଙ୍ଗ ସପୋର୍ଟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.