Below header

SBI ଗ୍ରାହକଙ୍କୁ କଲା ସତର୍କ, ଏହି ୭ଟି ସୂଚନା କାହାକୁ କରନ୍ତୁନାହିଁ ସେୟାର, ନଚେତ୍‌ ଖାଲି ହୋଇଯିବ ଆକାଉଣ୍ଟ

ଗତ କିଛି ମାସ ଧରି ଅନେକ ବ୍ୟାଙ୍କରୁ ଫ୍ରଡ ମାମଲା ସାମ୍ନାକୁ ଆସିଛି। ଏହି ସବୁ ଫ୍ରଡ ବ୍ୟାଙ୍କର ଅଧିକାରୀ ହୋଇ ଠକୁଥିବା ଜଣାଯାଇଛି। ନିଜକୁ ବ୍ୟାଙ୍କର ଅଧିକାରୀ ରୂପେ ଲୋକଙ୍କ ସହିତ କଥା ହୋଇ କେଓ୍ଵାସିକୁ ବୈଧ କରିବା ଜରୁରୀ କହି ଗ୍ରାହକଙ୍କ ଠାରୁ ଅନଲାଇନ୍‌ ପ୍ରକ୍ରୀୟା ପୂରା କରିବାକୁ କିମ୍ବା ଓଟିପି ଦେବାକୁ କହି ଆପଣଙ୍କ ପୂରା ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିଦିଅନ୍ତି।

ଏହି କାରଣରୁ SBI ନିଜର ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ଗ୍ରାହକଙ୍କୁ ସତର୍କ କରାଇଦେଇଛି ଯେ ଠକାମିର କିଛି କଲ କିମ୍ବା ମେସେଜରେ ନିଜକୁ ସୁରକ୍ଷିତ ରଖନ୍ତୁ। ଏମିତି ଯଦି କିଛି ଘଟଣା ଆପଣଙ୍କ ସହିତ ଘଟୁଛି ତାହେଲେ ବ୍ୟାଙ୍କକୁ ତୁରନ୍ତ ସୂଚନା ଦିଅନ୍ତୁ।

SBIବ୍ୟାଙ୍କ ଜଣାଇଛି ଫ୍ରଡ୍‌ ଠାରୁ ସତର୍କ ରହିବାର ସାତଟି ଉପାୟ

୧ – ଓଟିପି କାହା ସହିତ ସେୟାର କରନ୍ତୁନାହିଁ।
୨ – ରିମୋଟ ଆକ୍ସେସ୍‌ ଆପ୍ଲିକେସନ୍‌ ଠାରୁ ଦୂରେଇ ରୁହନ୍ତୁ।
୩ – ଅଜଣା ଲୋକଙ୍କ ସହିତ ଆଧାର କପି ସେୟାର କରନ୍ତୁ ନାହିଁ।
୪ – ନିଜର ବ୍ୟାଙ୍କ୍‌ ଖାତାରେ ନିଜ ନୂଆ ସମ୍ପର୍କ ଡିଟେଲକୁ ଅପଡେଟ୍‌ କରନ୍ତୁ।
୫ – ବରାବର ଭାବରେ ନିଜ ପାସଓ୍ଵାର୍ଡକୁ ବଦଳାନ୍ତୁ।
୬ – ନିଜର ମୋବାଇଲ ଏବଂ ଗୋପନୀୟତାକୁ କାହା ସହିତ ସେୟାର କରନ୍ତୁନାହିଁ।
୭ – କୌଣସି ବି ଲିଙ୍କ ଉପରେ କ୍ଲିକ କରିବ ଠାରୁ ନିଜକୁ ଦୂରେଇ ରଖନ୍ତୁ।

ଏଠାରେ କରିପାରିବେ ବ୍ୟାଙ୍କ୍‌ ସହିତ ସମ୍ପର୍କ

SBI ଜଣାଇଛି ଯେ ଯଦି ଆପଣ ନିଜ ବ୍ୟାଙ୍କ ଖାତାରେ କୌଣସି ବି ଭୁଲ ଟ୍ରାନଜାକସନକୁ ନୋଟିସ୍‌ କରୁଛନ୍ତି,ତାହେଲେ ତୁରନ୍ତ ଟୋଲ-ଫ୍ରି କଷ୍ଟମର କେୟାର ନମ୍ବର – ୧୮୦୦୪୨୫୩୮୦୦, ୧୮୦୦୧୧୨୨୧୧ କୁ କଲ୍‌ କରି ଅଭିଯୋଗ କରିପାରିବେ। ଏହାବ୍ୟତୀତ https://cybercrime.gov.in ସାଇବର ଅପରାଧରେ ରିପୋର୍ଟ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.