ସମ୍ବଲପୁର ଜିଲ୍ଲାରେ ବି ଗଂଜେଇ ଚାଷ ଠାବ, ନାକଟିଦେଉଳରେ ପୋଡ଼ି ନଷ୍ଟ କରାଗଲା ସବୁଜ ଜହର ଗଛ

ରଢୋଖୋଲ : ବହୁ ବର୍ଷର ବ୍ୟବଧାନରେ ପୁଣି ଗଂଜେଇ ମାଫିଆଙ୍କ କଥା ଉଠିଛି ସମ୍ବଲପୁର ଜିଲ୍ଲାରେ । ଗଂଜେଇ ମାଫିଆ ପ୍ରଥମ ଥର ସମ୍ବଲପୁର ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଛନ୍ତି । ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ସୀମା ନାକଟିଦେଉଳ ନିକଟରେ ଗଞ୍ଜେଇ ଚାଷକୁ ପୋଲିସ୍‌ ପ୍ରଶାସନ ନଷ୍ଟ କରିଛନ୍ତି ।

ରାଇଲ ଜଂଗଲ ପାଖ ଆଉଁଳୀ ନାଳ ନିକଟରେ ଗତକାଲି ରେଢାଖୋଲ ଏସଡିପିଓଙ୍କ ନେତୃତ୍ୱରେ ଏକ ମିଳିତ ଟିମ ଚଢାଉ କରିଥିଲେ । ବନବିଭାଗ, ଅବକାରୀ, ପୋଲିସ ଓ ରାଜସ୍ୱ ବିଭାଗର ଚଢାଉ କରି ପ୍ରାୟ ୨ ଏକର ଜମିରେ ଗଞ୍ଜେଇ ଗଛକୁ କାଟି ପୋଡ଼ି ଦେଇଥିଲେ । ଆଗକୁ ଧରପଗଡ଼ ଆହୁରି ଜୋରଦାର ହେବ ବୋଲି ଏସଡିପିଓ କହିଛନ୍ତି ।

ଅନେକ ଦିନ ପରେ ଗଂଜେଇ ମାଫିଆ ପ୍ରଥମ ଥର ସମ୍ବଲପୁର ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଛନ୍ତି । ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ସୀମା ନାକଟିଦେଉଳ ନିକଟରେ ଗଞ୍ଜେଇ ଚାଷକୁ ପୋଲିସ୍‌ ପ୍ରଶାସନ ନଷ୍ଟ କରିଛନ୍ତି ।

Leave A Reply

Your email address will not be published.