Below header

ଚା’ର ଚୁସକି ସହ ମଜା ନିଅନ୍ତୁ ସୋୟାବିନ୍‌ ବଲ୍ସ, ମିନିଟରେ ହେବ ପ୍ରସ୍ତୁତ

ଏବେର ଶୀତୁଆ ପାଗରେ ଚା ସହିତ କିଛି ଗରମା ଗରମ ଜିନିଷ ଖାଇବାର ମଜା କିଛି ଅଲଗା ପ୍ରକାର। ଚାର ଚୁସକି ସହିତ ଯଦି କିଛି ଗରମା ଗରମା ସ୍ନାକ୍ସ ମିଳିଯାଏ ତ ତାହେଲେ ଚାର ଆନନ୍ଦ ଆହୁରି ବଢ଼ିଯାଇଥାଏ। ଆଜି ଆମେ ଆପଣଙ୍କ ପାଇଁ ସୋୟାବିନ୍‌ ବଲ୍ସ ନେଇ ଆସିଛୁ। ଯାହା ଖାଇବାକୁ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ଏକଦମ୍‌ ହେଲଦି ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ସୋୟାବିନ୍‌ – ୨ କପ୍‌ (ସିଝା କିମ୍ବା ଦରଦରା ପେଶା ହୋଇଥିବ
  • ବ୍ରେଡ୍‌ ଗୁଣ୍ଡ – ୨ କପ୍‌
  • ପିଆଜ – ୧
  • ରସୁଣ କୋଲା – ୫ଟି
  • କଞ୍ଚା ଲଙ୍କା – ୨ଟି
  • ଧନିଆ ପତ୍ର – ୧ ବଡ ଚାମଚ
  • ଲୁଣ  ଏବଂ ଗୋଲମରୀଚ ପାଉଡର – ସ୍ୱାଦାନୁସାରେ
  • ସୁଜି – ୧ ବଡ ଚାମଚ
  • ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପାତ୍ରରେ ଆବଶ୍ୟକୀୟ ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ।
  2. ଏହାପରେ ପ୍ରସ୍ତୁତ ମିଶ୍ରଣକୁ ଛୋଟ ଛୋଟ ବଲ୍ସରେ ବନାଇ ଦିଅନ୍ତୁ।
  3. ଏବେ ଏହି ବଲ୍ସକୁ ସୁଜିରେ ଗୋଳାଇ ଦିଅନ୍ତୁ।
  4. ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ସମସ୍ତ ବଲ୍ସକୁ ଡିପ୍‌ ଫ୍ରାଏ କରିଦିଅନ୍ତୁ।
  5. ଏହାକୁ ସେଭିଙ୍ଗ୍‌ ପ୍ଲେଟରେ ବାହାର କରି ଟମାଟୋ ସସ୍‌ କିମ୍ବା ଚଟଣୀ ସହିତ ସର୍ଭ କରିପାରିବେ।
  6. ନିଅନ୍ତୁ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସୋୟାବିନ୍‌ ବଲ୍ସ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.