Below header

ଦାଦାବଟି ମାଗିବା ଅଭିଯୋଗରେ ପୁଣି ଥରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱ: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ । ଦାଦାବଟି ମାଗିବା ଅଭିଯୋଗରେ ପୁଣି ଥରେ ଗିରଫ ହୋଇଛି ରାଜା ଆଚାର୍ଯ୍ୟ । କ୍ୟାପିଟାଲ ଥାନା ପୋଲିସ ତାକୁ ଗିରଫ କରିଛି । ଭୁବନେଶ୍ୱର ୟୁନିଟ ଓ୍ଵାନ୍‌ ଅଞ୍ଚଳରୁ ୨୦ ହଜାର ଟଙ୍କା ଦାଦାବଟି ମାଗୁଥିବା ବେଳେ ଗିରଫ କରିଛି ପୋଲିସ । ପୂର୍ବରୁ ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ସଜା କାଟି ଜେଲରୁ ରାଜା ବାହାରିଥିଲେ ।

ଟ୍ଵିନ୍‌ସିଟିରେ ଦାଦାବଟିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଗତକାଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ । ଏଥିପାଇଁ କମିସନରେଟ ପୋଲିସ ନୂଆ ଦାଦାବଟିକୁ ନା କାର୍ଯ୍ୟକ୍ରମ ହାତକୁ ନେଇଛି। ଟ୍ଵିନସିଟିରେ ଦାଦାବଟି ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ଅଧିକ ସୁଦୃଢ ଓ ସକ୍ରିୟ କରାଯାଇଛି । ଏହି ଘଟଣାରେ ଆଜି ରାଜା ଆଚାର୍ଯ୍ୟକୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.