କାର ପାର୍କିଂ ଟେନ୍‌ସନରୁ ହୋଇଯାନ୍ତୁ ମୁକ୍ତ, ଏବେ ଆପେ ଆପେ ହୋଇଯିବ କାର ପାର୍କିଂ

ସାଧାରଣତଃ ନିଜ କାରକୁ ପାର୍କିଂ କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ତେବେ ଏହି ସମସ୍ୟାକୁ ଦୂର
କରିବା ପାଇଁ ଲକ୍ଜରି କାର ନିର୍ମାତା ମର୍ସିଡିଜୁ –ବେଞ୍ଜ, ପ୍ରମୁଖ ଇଞ୍ଜିନିୟର ବୋସ୍‌ ଏବଂ ପାର୍କିଂ ଗ୍ୟାରେଜ ଅପରେଟର ଆପକୋ (ୟୁକେର କାର ପାର୍କିଂ ସଂସ୍ଥା) ମିଳିତ ଭାବରେ ଜର୍ମାନୀର ଷ୍ଟଟ୍‌ଗାର୍ଟ ବିମାନ ବନ୍ଦରରେ ବିଶ୍ୱର ପ୍ରଥମ ଅଟୋମେଟେଡ ଡ୍ରାଇଭରଲେସ ପାର୍କିଂ ଗ୍ୟାରେଜକୁ ଆବିଷ୍କାର କରିଛନ୍ତି। ଏଣିକି କାରର ପାର୍କିଂ ସମୟରେ ଅଯଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ତେବେ ଖୁବଶୀଘ୍ର ଏହି ଅଟୋମେଟେଡ ଭାଲେଟ ପାର୍କିଂ ସିଷ୍ଟମ ବ୍ୟାବସାୟିକ କାର୍ଯ୍ୟ ପାଇଁ ଉପଲବ୍ଧ ହେବ।

mercerdes2

ବୋସ୍‌ ଏବଂ ମର୍ସିଡିଜ-ବେଞ୍ଜ ଉଭୟ ମିଶି ଆବିଷ୍କାର କରିଥିବା ଏହି ନୂଆ ସିଷ୍ଟମ୍‌କୁ ଇଣ୍ଟେଲିଜେଣ୍ଟ ପାର୍କି ପାଇଲଟ ନାମରେ ନାମିତ କରାଯାଇଛି ଯାହା ପ୍ରଥମେ ଏସ୍‌ କ୍ଲାସରେ ଉପଲବ୍ଧ ହେବ। ଗ୍ରାହକମାନେ ଗାଡି କିଣିବା ସମୟରେ ଉପଯୁକ୍ତ ପ୍ରି ଇନଷ୍ଟଲକୁ ବାଛି ପାରିବେ ଏବଂ ଏହା ଲଞ୍ଚ ହେବା ପରେ ଟେକ୍‌ ଉପଲବ୍ଧ ହେବ। ସେହିପରି ନୂଆ ଏସ୍‌-କ୍ଲାସ ସହିତ ଏହି ଅଟୋମେଟେଡ ଡ୍ରାଇଭର ଲେସ୍‌ କାରର ପ୍ରସ୍ତୁତି ଲକ୍ଜରି ଡ୍ରାଇଭିଙ୍ଗ ସହିତ ଉନ୍ନତ ପାର୍କିଂ ପାଇଁ ମଧ୍ୟ କରାଯାଇଛି ବୋଲି ମର୍ସିଡିଜ-ବେଞ୍ଜ ଏଜିରେ ଅଟୋମେଟେଡ ଡ୍ରାଇଭିଙ୍ଗର ମୁଖ୍ୟ ମାଇକେଲ ହାଫ୍‌ନର କହିଛନ୍ତି।ଏହି ଅଟୋମେଟେଡ ଡ୍ରାଇଭର ଲେସ୍‌ କାର ବୋସ୍‌ କ୍ୟାମେରାକୁ ବ୍ୟବହାର କରି ପାର୍କିଂ ସ୍ଥାନ ଚିହ୍ନଟ କରିବା, ଆଖପାଖର ଟ୍ରାଫିକ ଉପରେ ନଜର ରଖିବା ଏବଂ ଟ୍ରାଫିକ ଏବଂ ପଥଚାରୀ ମାନଙ୍କୁ ଚିହ୍ନଟ କରିବା କାର୍ଯ୍ୟ କରିଥାଏ।

ଷ୍ଟଟ୍‌ଗାର୍ଟ ବିମାନ ବନ୍ଦରରେ P6 ପାର୍କିଂ ଟର୍ମିନାଲର ଅଟୋମେଟେଡ ଭାଲେଟ୍‌ ପାର୍କିଂ ସିଷ୍ଟମ୍‌କୁ ପରୀକ୍ଷା କରାଯାଉଛି ଏବଂ ଏହି ପରୀକ୍ଷା ପାଇଁ ସେଠାରେ ଦୁଇଟି ସ୍ଥାନ ଉପଲବ୍ଧ ରହିଛି। ତେବେ ବାଣିଜ୍ୟିକ କାର୍ଯ୍ୟ ଆରମ୍ଭ ହେବା ପରେ ଅଧିକ ପାର୍କିଂର ସୁବିଧା ଯୋଗାଇଦେବା ସହ ବିମାନ ବନ୍ଦରରେ ଏକ ନୂଆ ଡ୍ରପ୍‌ ଅଫ୍‌ ଏବଂ ପିକ୍‌ ଅଫ୍‌ ସ୍ଥାନ ମଧ୍ୟ ପ୍ରସ୍ତୁତ ହେବ। ଏହା ଦ୍ୱାରା ଲୋକମାନେ ସେମାନଙ୍କର AVP ସକ୍ଷମ ଯାନକୁ ସୁବିଧାଜନକ ଭାବେ ଛାଡି ସେମାନଙ୍କ ଟର୍ମିନାଲକୁ ଯାଇ ପାରିବେ।

mercerdes3

ଆପକୋ, ବୋସ୍‌, ମର୍ସିଡିଜ୍‌-ବେଞ୍ଜ ଏବଂ ଷ୍ଟଟ୍‌ଗାର୍ଟ ମିଳିତ ଭାବରେ ବିମାନ ବନ୍ଦରର ପାର୍କିଂକୁ ସମ୍ପୂର୍ଣ୍ଣ ଭାବରେ ଅଟୋମେଟିକ୍‌ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଏହି ବୁଦ୍ଧିମାନ ଗ୍ୟାରେଜ୍‌ର ଭିତ୍ତିଭୂମି ଡ୍ରାଇଭରଲେସ ପାର୍କିଂର ଭିବିଷ୍ୟତ ଉପରେ ଆଧାରିତ ବୋଲି ମଧ୍ୟ ସେ କହିଛନ୍ତି। ଆପକୋ ଏହି ଅଟୋମେଟେଡ ପାର୍କିଂ ପାଇଁ ଏକ ଟଚ୍‌ଲେସ୍‌, କ୍ୟାସ୍‌ଲେସ୍‌ ସିଷ୍ଟମ ମଧ୍ୟ ଯୋଗାଇବ।

ସେହିପରି ପାର୍କିଂ ଅପରେଟରଙ୍କର ପୂର୍ବରୁ ଏକ ଡିଜିଟାଲ୍‌ ପ୍ଲାଟଫର୍ମ ମଧ୍ୟ ରହିଛି ଯାହାକି ପାର୍କିଂ,କଣ୍ଟାକ୍ଟଲେସ ଏଣ୍ଟ୍ରି ଏବଂ ଏକ୍ଜିଟ,ସମ୍ପୂର୍ଣ୍ଣ ଅଟୋମେଟେଡ ପେମେଣ୍ଟ, ଅଟୋମେଟଡ ଇନଭୋଏସ୍‌ ପାଇର୍ ଲୋକଙ୍କୁ ପୂର୍ବରୁ ସଂରକ୍ଷଣ କରିବାକୁ ଅନୁମତି ଦେଇଥାଏ। ଏହି ଅଟୋମେଟଡ ପାର୍କିଂ ଯୋଗୁଁ ଏଣିକି ଲୋକେ ବିମାନ ବନ୍ଦରରେ ଅସୁବିଧାର ସମ୍ମ୍‌ୂଖୀନ ହେବେ ନାହିଁ।ଏହି ଡ୍ରାଇଭର ଲେସ୍‌ ପାର୍କିଂରେ ପାର୍କିଂ କରିବା ପାଇଁ ଡୋର ଖୋଲିବାର ଆବଶ୍ୟକତା ପଡି ନଥାଏ ଏବଂ ଏହା ଅଧିକ ସ୍ଥାନ ମଧ୍ୟ ଯୋଗାଇଥାଏ। ଏକ ସମୟରେ ଗୋଟିଏ ପାର୍କିଂରେ କାର ପାଇଁ ରହିଥିବା ସ୍ଥାନ ଠାରୁ ୨୦ ପ୍ରତିଶତ ଅଧିକ କାର ରଖିବାର ସ୍ଥାନ ଯୋଗାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.