Below header

୨ ଦିନ ପରେ ଦୁଇ ଅଲଗା ଅଲଗା ଜିଲ୍ଲାରୁ ମିଳିଲା ସାନ ଏବଂ ବଡ ଭଉଣୀର ମୃତଦେହ, ସ୍କୁଟି ଏବଂ ଚପଲ ରଖି ଡେଇଁପଡ଼ିଥିଲେ ନଦୀକୁ

ବଲାଙ୍ଗୀର (କେନ୍ୟୁଜ୍‌) : ପୋଲ ଉପରେ ସ୍କୁଟି ଏବଂ ଚପଲ ରଖି ନଦୀକୁ ଡେଇଁ ପଡିଥିଲେ ଦୁଇ ଭଉଣୀ। ଏହାପରେ ବହୁତ ଖୋଜାଖୋଜି ଚାଲିଲା କିନ୍ତୁ ସବୁ ପରିଶ୍ରମ ଗଲା ବିଫଳ। ଦୁଇ ଦିନ ଧରି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ବହୁତ ଖୋଜାଖୋଜି କଲାପରେନିଖୋଜ ଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।

ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍ରୁ ନଦୀକୁ ଡେଇଁ ପଡ଼ି ନିଖୋଜ ଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।ଦୁଇ ଦିନ ପରେ ଆଜି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ମୃତକ ନିଖୋଜ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲ ବୋଲି ପୋଲିସ୍ ସୂଚନା ଦେଇଛି। ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟ ମହାନଦୀ ଘବାଟରୁ ବଡ ଭଉଣୀରର ମୃତଦେହ ଉଦ୍ଧାର ହୋଇଛି।

ନଦୀ କୂଳରେ ମୃତଦେହ ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି। ସୂଚନା ମୁତାବକ ଗତ ୧୫ ତାରିଖ ଦିନ ଗୁଡଭେଲା ଗାଁର ଜଣେ ବ୍ୟବସାୟୀଙ୍କଦୁଇ ଝିଅ ଅନମୋଲ୍ ଓ ଆଞ୍ଚଲ୍ ନିଖୋଜ ହୋଇଯାଇଥିଲେ।  ତୁସୁରା ଥାନା ତେଲ ନଦୀ ବ୍ରିଜ୍ ଉପରେ ସ୍କୁଟି ଓ ଚପଲ ରଖି ଦୁଇ ଭଉଣୀକୁ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଥିଲା। ଏହାପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର କୌଣସି ଖୋଜ ଖବର ପାଇନଥିଲେ। କିନ୍ତୁ ଆଜି ୨ ଦିନ ପରେ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରୁ ସାନ ଭଉଣୀର ମୃତଦେହ ଠାବ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଡ଼ ଭଉଣୀର କୌଣସି ପତ୍ତା ମିଳିପାରି ନାହିଁ।ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏକାସାଙ୍ଗରେ ୨ ଭଉଣୀ କାହିଁକି ଆତ୍ମହତ୍ୟା କଲେ? ତାହା ଏବେ ପଯ୍ୟର୍ନ୍ତ ସ୍ପଷ୍ଟ ହୋଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.