Below header

ଭୁବନେଶ୍ୱର: ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ। ଖଣ୍ଡଗିରିର କୋଳଥିଆ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ୧୦କ୍ୱିଣ୍ଟାଲର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋଳଥିଆର ଏକ ଡୁପ୍ଲେକ୍ସରେ ଅବକାରୀ ବିଭାଗ ଚଢଉ କରିଥିଲା। ବିପୁଳ ପରିମାଣର ଗଞ୍ଜେଇ ରଖିଭା ଓ ଚୋରା ଚାଲାଣ କରୁଥିବା ଅଭିଯୋଗରେ ସୁବଳ ସାମନ୍ତରାୟ ନାମକ ଯୁବକକୁ ଗିରଫ କରାଯାଇଛି। ସୁବଳର ଘର ବାଲେଶ୍ୱର ଓ ଗତ କିଛିବର୍ଷ ଧରି ସେ ଆନ୍ତଃରାଜ୍ୟ ଗଞ୍ଜେଇ ରାକେଟ ଚଳାଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଗଞ୍ଜେଇ ଆଣି ବେପାର ଚଳାଇଥିବା ଅବକାରୀ ବିଭାଗ କହିଛି। ପରେ ସେ ଏହାକୁ କୋଲକାତାକୁ ଚାଲାଣ କରିଥାଏ। ସୁବଳର ପରିବାର ମଧ୍ୟ ଚୋରା କାରବାରରେ ସଂପୃକ୍ତି ଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.