Below header

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ କରୋନାରେ ଜଣଙ୍କ ମୃତ୍ୟୁ, ଟ୍ୱିଟ ଜରିଆରେ ସୂଚନା ଦେଲେ ଜିଲ୍ଲା ପ୍ରଶାସନ

ଗଂଜାମ: ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ଅନ୍ତର୍ଗତ ଜାହାଡ଼ା ପଞ୍ଚାୟତରେ ଜଣଙ୍କର କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଛି । ଏବାବଦରେ ଗଂଜାମ ଜିଲ୍ଲାପାଳ ଟ୍ୱିଟର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । କହିରଖିବା ଉଚିତ ହେବଯେ, ବ୍ଲକରେ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ଏକ ଗୁଜବ ଉଠିଥିଲା ।

ବ୍ୟକ୍ତି ଜଣଙ୍କ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ଯାଇଥିବା ବେଳେ ଗତ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇ ନ ଯାଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ୍‌ ଅନୁଯାୟୀ ହିଁ ଶବସତ୍କାର କରାଯାଇଥିଲା ।

ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ପ୍ରତ୍ୟେକ ଦିନ ଜିଲ୍ଲାରୁ ଆକ୍ରାନ୍ତମାନେ ଚିହ୍ନଟ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି ସକାଳେ ହିଁ କରୋନା ଜନିତ କାରଣରୁ ଜଣେ ୬୮ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.