ରିଲାଏନ୍ସ ଜିଓର ଧମାକାଦାର ପ୍ଲାନ, ପ୍ରତିଦିନ ୩ ଜିବି ଡାଟା ସହିତ ମିଳୁଛି ଅନଲିମିଡେଟ୍‌ କଲିଂ

ରିଲାଏନ୍ସ ଜିଓ ବହୁତ କମ୍‌ ସମୟରେ ଦେଶର ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ ଭାବେ ସ୍ଥାପତି ହୋଇପାରିଛି। ଜିଓର ଅନେକ ପ୍ରକାରର କ୍ୟାଟେଗୋରୀରେ ପ୍ରିପେଡ ପ୍ଲାନ ରହିଛି। କମ୍ପାନୀ ପାଖରେ ୧ ଜିବି ଡାଟା, ୨ ଜିବି ଡାଟା, ୧.୫ ଜିବି ଡାଟା ଏବଂ ୩ ଜିବି ଡାଟା ପ୍ରତିଦିନ ପ୍ଲାନ ରହିଛି। ଜିଓ ନିକଟରେ ୪୦୧ ଟଙ୍କା, ୨୫୯୯ ଟଙ୍କା ଏବଂ ୨,୩୯୯ ଟଙ୍କିଆ ଡାଟା ପ୍ଲାନ ଲଞ୍ଚ କରିଛି। ଆଜି ଜାଣିବା ୪୦୧ ଟଙ୍କିଆ ଅନଲିମିଟେଡ ପ୍ୟାକ୍‌ରେ କ’ଣ କ’ଣ ଅଫର ରହିଛି।

digi

ଜିଓର ୪୦୧ ଟଙ୍କିଆ ପ୍ଲାନର ଅବଧି ୨୮ ଦିନ ରହିଛି। କମ୍ପାନୀର ଏହି ପ୍ଲାନରେ ୩ ଜିବି ଡାଟା ଅଫର ରହିଛି। ଏହାଛଡା ୬ ଜିବି ଡାଟା ମଧ୍ୟ ରହିଛି। ଅର୍ଥାତ୍‌ ୯୦ ଜିବି ଡାଟା ଫାଇଦା ଗ୍ରାହକକୁ ମିଳିବ। ଜିଓର ଏହି ପ୍ରିପେଡ ପ୍ଲାନରେ ଜିଓ ନେଟଓ୍ଵାର୍କକୁ ଅନଲିମିଡେଟ୍‌ କଲିଂ ସହିତ ଅନ୍ୟ ନେଟଓ୍ଵାର୍କକୁ ୧ ହଜାର ମିନିଟ୍‌ ପର୍ଯ୍ୟନ୍ତ ଏଫୟୁପି ମିଳିଥାଏ। ଏହାଛଡା ପ୍ରତିଦିନ ୧୦୦ଟି ମେସେଜ ପଠାଇବାର ସୁବିଧା ମଧ୍ୟ ରହିଛି। ଜିଓର ଏହି ପ୍ଲାନରେ ୩୯୯ ଟଙ୍କିଆ ଡିଜନୀ ହଟଷ୍ଟାର ମେମ୍ବେରସିପ ପାଇଁ ୧ ବର୍ଷ ପର୍ଯ୍ୟନ୍ତ ଫ୍ରି ଅଫର ମଧ୍ୟ ରହିଛି।

ଏହାଛଡା ୯୯୯ ଟଙ୍କିଆ ପ୍ଲାନ ଏବଂ ୩୪୯ ଟଙ୍କିଆ ପ୍ଲାନରେ ୩ ଜିବି ଡାଟା ପ୍ରତିଦିନ ଅଫର ମିଳିଥାଏ। ୯୯୯ ଟଙ୍କିଆପ୍ଲାନର ଭାଲିଡିଟି ୮୪ ଦିନ ଏବଂ ଏଥିରେ ୨୫୨ ଜିବି ଡାଟା, ଅନଲିମିଡେଟ କଲ ଭଳି ସୁବିଧା ରହିଛି। ସେହିପରି ୩୪୯ ଟଙ୍କିଆପ୍ଲାନର ଭାଲିଡିଟ ୨୮ ଦିନ ରହିଛି। ଏଥିରେ ମଧ୍ୟ ପ୍ରତିଦିନ ୩ ଜିବି ଡାଟା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.