ନିର୍ବାଚନ ବେଳେ  ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରିବାକୁ ଗଞ୍ଜାମ ଏସପିଙ୍କ ନିବେଦନ, ଗାଁ ଗାଁ ବୁଲି କଲେ ଫ୍ଲାଗ୍‌ ମାର୍ଚ୍ଚ 

ଭଞ୍ଜନଗର(କେନ୍ୟୁଜ୍): ଗାଁ ଗାଁ ବୁଲି ଫ୍ଲାଗ୍‌ ମାର୍ଚ୍ଚ କଲେ ଏସ୍‌ପି । ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଂଜାମ ଏସ୍‌ପି ବ୍ରିଜେଶ ରାଏ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳରେ ସ୍ଥିତ ଅନୁଧ୍ୟାନ କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ବେଲଗୁଣ୍ଠା ବ୍ଳକର ମତଦାନ ପୂର୍ବରୁ ଏସ୍‌ପି ପୋଲିସ ଟିମ୍‌ ସହ ଗାଙ୍ଗପୁର ଥାନାର ପାଇଲିପଡା ପଞ୍ଚାୟତ ଓ ବେଲଗୁଣ୍ଠା ଥାନାଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ବେଲଗୁଣ୍ଠା ବ୍ଲକରେ ୨୯ଟି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ରହିଛି । ନିର୍ବାଚନ ବେଳେ କୈଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରିବାକୁ ଜନସାଧାରଣ ଓ ବିଭିନ୍ନ ରାଜନୈତିକ ଦଳର ସମର୍ଥକଙ୍କୁ ନିବେଦନ କରିଛନ୍ତି ।

ଚିହ୍ନଟ ହୋଇଥିବା ସମସ୍ତ ଉତ୍ତେଜନା ପ୍ରବଣ ଓ ଆତିଉତ୍ତେଜନା ପ୍ରବଣ ବୁଥ୍‌ରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସତର୍କ କରିଛନ୍ତି । ଏସ୍‌ପିଙ୍କ ସହ ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲ୍ଲିକ, ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଭଂଜନଗର, ଗାଙ୍ଗପୁର ଓ ପାଟପୁର ଥାନାର ଥାନାଧିକାରୀ ଓ ପୋଲିସ ଫୋର୍ସ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.