ସାମୁଦ୍ରିକ ଝଡ ୟୁନିସ ପ୍ରଭାବରେ ପ୍ରବଳ ବର୍ଷାକୁ ୧୨୨ କିମିରେ ବହୁଛି ପବନ, ଆଗକୁ ବଡ କ୍ଷତି ଆଶଙ୍କା କରୁଛି ପାଣିପାଗ ବିଭାଗ

ୟୁରୋପରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ ୟୁନିସ । ବିଟ୍ରେନ ସମେତ ୟୁରୋପରେ ଅନେକ ଦେଶରେ ଏହି ଝଡ ପ୍ରଭାବରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୨୨ କିଲୋମିଟର ବେଗରେ ପବନ ବୋହୁଛି । ମଧ୍ୟ ଆଣ୍ଟଲାଟିକାରେ ଆରମ୍ଭ ହୋଇଥିବା ଏହି ଝଡ ଆଗକୁ ବଡ କ୍ଷତି କରିବା ନେଇ ବ୍ରିଟେନ ପାଣିପାଗ ବିଭାଗ ଆଶଙ୍କା କରୁଛି । ଶୁକ୍ରବାର ଆଣ୍ଟଲାଟିକ ସମୁଦ୍ରରେ ସୃଷ୍ଟି ହୋଇଛି ଭୟଙ୍କର ଝଡ ପ୍ରଳୟଙ୍କାରୀ ରୂପ ନେଉଛି । ଏବେସୁଦ୍ଧା ୨୦ଜଣଙ୍କ ପ୍ରାଣହାନି ହୋଇଥିବା ସୂଚନା ମିଳିଛି ।

ଝଡବର୍ଷା ଯୋଗୁଁ ଭାଙ୍ଗିଛି ବିଶାଳ ଗଛ, ଉଡିଯାଇଛି ଘରର ଛାତ । ପ୍ରାଣ ବିକଳରେ ଶହ ଶହ ସଂଖ୍ୟକ ଲୋକ ସେନା ପକ୍ଷରୁ ତିଆରି ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି । ସାମୁଦ୍ରିକ ଝଡ ୟୁନିସ କେନ୍ଦ୍ରୀୟ ଆଣ୍ଟଲାଟିକ ସମୁଦ୍ରରେ ସୃଷ୍ଟି ହୋଇଥିବାବେଳେ କ୍ରମଶଃ ଏହା ୟୁରୋପ ମୁହାଁ ହେଉଛି । ସମୁଦ୍ରର ଉଚ୍ଚ ଜୁଆର ଆସିବା ଯୋଗୁଁ ଘର ଭିତରେ ପାଣି ପଶିଛି । ବ୍ରିଟେନ ରେଳଷ୍ଟେସନ, ବିମାନବନ୍ଦରର ବ୍ୟାପକ କ୍ଷତି ହୋଇଛି । ଝଡ ଯୋଗୁଁ ପାଖାପାଖି ୪୩୬ ବିମାନକୁ ବାତିଲ କରାଯାଇଛି।

ଭୟଙ୍କର ଝଡ଼ ପବନ ଯୋଗୁ ବ୍ରିଟେନରେ ରେଲୱେ ଷ୍ଟେସନ ଓ ଏୟାରପୋର୍ଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଟ୍ରେନ୍‌ ଏବଂ ପ୍ଲେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୪୩୬ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ନେଦରଲାଣ୍ଡରେ ୩୯୦ଟି ବିମାନ ରଦ୍ଦ କରାଯାଇଛି। ଝଡ଼ରେ ବିପନ୍ନ ହୋଇଥିବା ଲୋକମାନଙ୍କୁ ସହାୟତା ଯୋଗାଇ ଦେବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ପଦକ୍ଷେପ ନେଇଛନ୍ତି।

ସାମୁଦିକ୍ର ଝଡ଼ ‘ୟୁନିସ’ କେନ୍ଦ୍ରୀୟ ଆଟାଲାଣ୍ଟିକ ସମୁଦ୍ରରେ ସୃଷ୍ଟି ହୋଇଥିବା ବେଳେ ୟୁରୋପ ମୁହାଁ ହୋଇଛି। ବ୍ରିଟେନ ପାଣିପାଗ ବିଭାଗଭ ଏହି ଝଡ଼କୁ ଅତି ବିପଦପୂର୍ଣ୍ଣ ଶ୍ରେଣୀରେ ରଖିଛି। ବିଶେଷ କରି ଏହି ଝଡ଼ ପଶ୍ଚିମ ଇଂଲଣ୍ଡରେ ମାଡ଼ ହେବା ସହ ବିପୁଳ କ୍ଷୟକ୍ଷତି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.