ବ୍ରାଉନ ସୁଗାର ଏବଂ ଗଞ୍ଜେଇ ସହିତ ଲେଡି ଡନ ଗିରଫ

ଖୋର୍ଦ୍ଧା (କେନ୍ୟୁଜ୍) : ବ୍ରାଉନ ସୁଗାର, ଗଞ୍ଜେଇ ଏବଂ ନଗଦ ୫୧୦୦ ଟଙ୍କା ସହିତ ମହିଳା ବେପାରୀ ଗିରଫ। ବାରମ୍ବାର ଏହି ଘଟଣା ସାମ୍ନାକୁ ଆସିବା ସତ୍ତ୍ବେ ଚୋରା ବେପାରୀଙ୍କର କୌଣସି ଫରକ ପଡୁନାହିଁ। ଅବକାରୀ ବିଭାଗରେ ଚଢ଼ାଉରେ ଏହି ଘଟଣାରେ ବହୁତ ଜଣ ଗିରଫ ମଧ୍ୟ ହେଉଛନ୍ତି। ଖୋର୍ଦ୍ଧା ଭାଲିଆବାଡି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା।

ganza ଚଢ଼ାଉରେ ବ୍ରାଉନସୁଗାର ଓ ଗଞ୍ଜେଇ ଜବତ ହେବା ସହିତ ମହିଳା ବେପାରୀକୁ ଗିରଫ କରିଛି ଅବକାରୀ ବିଭାଗ। ଆଜି ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢ଼ାଉ ବେଳେ ୭୬ ଗ୍ରାମ ବ୍ରାଉନ ସୁଗାର ସହିତ ଅଢ଼େଇ କିଲୋ ଗଞ୍ଜେଇ ସହ ନଗଦ ୫୧୦୦ ଟଙ୍କା ଓ ମହିଳା ବେପାରୀ ସରୋଜିନୀ ସାହୁକୁ ଗିରଫ କରିଛି।