Below header

ଭଦ୍ରକ ଖେମକା ଛକ ନିକଟରେ ଟ୍ରକ ସହ ଗ୍ୟାସ କଣ୍ଟେନରର ଧକ୍କା , ପ୍ରବଳ ମାତ୍ରାରେ ଗ୍ୟାସ ଲିକ୍‌

ଭଦ୍ରକ(କେନ୍ୟୁଜ୍) : ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଖେମକା ଛକ ଠାରେ ଗ୍ୟାସ କଣ୍ଟେନରରୁ ଗ୍ୟାସ ଲିକ୍‌ । ଟ୍ରକ ସହ ଗ୍ୟାସ କଣ୍ଟେନରର ଧକ୍କା ହେବାରୁ ପ୍ରବଳ ମାତ୍ରାରେ ଗ୍ୟାସ ଲିକ୍‌ ହେଉଛି । ଏଥିଯୋଗୁଁ ରାତି ୭ଟା ୩୦ରୁ ଏଠାରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଜାତୀୟ ରାଜପଥ ୧୬ ନମ୍ବର ଖେମକା ଛକ ଠାରେ ବହୁ ଯାନବାହନ ଅଟକି ରହିଛି । ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପାଣି ସ୍ପ୍ରେ କରୁଛନ୍ତି । ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଗ୍ରାମାଞ୍ଚଳ ଥାନା ପୋଲିସ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଗ୍ୟାସ କଣ୍ଟେନରଟି ପାରାଦୀପରୁ ଗ୍ୟାସ ଭର୍ତ୍ତି କରି ବୋକାରୋ ଅଭିମୁଖେ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଦିଆଯାଇଛି । ବାଲେଶ୍ୱରରୁ ଆଇଓସିଏଲର ଏକ ଇଂଜିନିୟରିଂ ଟିମ୍‌ ଆସି ଗ୍ୟାସ ଲିକ୍‌କୁ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.