Below header

ଜମ୍ମୁକଶ୍ମୀରରୁ ଯବାନ ଅପହରଣ ଘଟଣା ଗୁଜବ , ପ୍ରତିରକ୍ଷା ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

ଜମ୍ମୁ-କଶ୍ମୀର(କେନ୍ୟୁଜ୍) : ଜମ୍ମୁ-କଶ୍ମୀରରେ ଯବାନଙ୍କ ଅପହରଣ ଘଟଣା ଗୁଜବ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । କୁହାଯାଇଛି ଯବାନ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଜମ୍ମୁ-କାଶ୍ମୀର ବଡ଼ଗାମ୍‌ ଜିଲ୍ଲାର ଯବାନ ମହମ୍ମଦ ୟାସିନ୍‌ ଅପହରଣ ହୋଇଥିବା ନେଇ ଖବର ଆସିଥିଲା । ମହମ୍ମଦ ସେନାର ଲାଇଟ୍‌ ଇନ୍‌ଫାଣ୍ଟ୍ରିରେ କାର୍ଯ୍ୟରତ ଥିଲେ । ଫେବୃଆରୀ ୨୬ରୁ ମାଚ୍ଚ ୩୧ ଯାଏଁ ସେ ଛୁଟିରେ ଆସିଥିଲେ । ଗତ ରାତିରେ କିଛି ଅଜଣା ବନ୍ଧୁକ ଧାରୀ ତାଙ୍କୁ ଅପହରଣ କରିଥିବା ସୂଚନା ମିଳିଥିଲା। ତେବେ ସେ ସୁରକ୍ଷିତ ଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.