ଲଣ୍ଡନରେ ରୂପ ବଦଳାଇ ବୁଲୁଛି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି, ଭାରତ ଫେରିବା ପ୍ରଶ୍ନର କହିଲେ-ନୋ କମେଣ୍ଟ

କେନ୍ୟୁଜ୍ : ଲଣ୍ଡନରେ ବୁଲୁଛି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି । ପ୍ରଥମ ଥର ପାଇଁ ନିରବ ମୋଦିଙ୍କୁ ଲଣ୍ଡନ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି । ନିଶ, ଦାଢି ରଖି ଲଣ୍ଡନରେ ବୁଲୁଥିବାର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଏକ ଇଂରାଜୀ ଖବର କାଗଜର ସାମ୍ବାଦିକ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ । ହେଲେ ସେ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ । ଭାରତ ଫେରିବା ପ୍ରଶ୍ନର ଉତ୍ତରରେ କହିଲେ, ନୋ କମେଣ୍ଟ ।

nirav modiପିଏନ୍‌ବି ଦୁର୍ନୀତି ମାମଲାରେ ନିରବ ମୋଦିଙ୍କୁ ଖୋଜୁଛନ୍ତି ଭାରତୀୟ ତଦନ୍ତକାରୀ ଅଧିକାରୀ । ପିଏନ୍‌ବିରେ ୧୩ ହଜାର କୋଟି ଟଙ୍କା ଦୁର୍ନୀତିରେ ନିରବ ମୋଦିଙ୍କ ସଂପୃକ୍ତି ରହିଛି । ନିରବ ମୋଦିଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରାଯାଇଛି । ୨୦୧୮ ମସିହା ଫେବୃଆରୀ ୧୫ ତାରିଖରେ ନିରବ ମୋଦିଙ୍କ ବରୋଧରେ ବେଆଇନ ଅର୍ଥ କାରବାର ମାମଲା ରୁଜୁ ହୋଇଥିଲା ।

ନିରବ ମୋଦିଙ୍କ ଉପରେ ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରଣାଳୟ :

ନିରବ ମୋଦିଙ୍କ ଉପରେ ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରଣାଳୟ । ବ୍ରିଟେନରୁ ଭାରତ ପ୍ରତ୍ୟର୍ପଣ ନେଇ ଅପିଲ କରାଯାଇଛି । ଅପିଲ୍‌ ପରେ ବ୍ରିଟେନରୁ କୌଣସି ଜବାବ ଆସିନି । ନିରବଙ୍କ ପ୍ରତ୍ୟର୍ପଣ ପାଇଁ ସବୁପ୍ରକାର ପଦକ୍ଷେପ ନିଆଯିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.