Below header

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ : ଜଣେ ଆହତ, ପୋଡ଼ି ଗଲା ୩ ବଖରା ଘର

ବେଗୁନିଆ (କେନ୍ୟୁଜ୍‌) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସାଗର ଗାଁ ପଞ୍ଚାୟତର ଜରିପଡ଼ା ଗାଁରେ ଫାଟିଲା ଗ୍ୟାସ ସିଲିଣ୍ଡର। ଏଥିରେ ନିଆଁ ଲାଗି ଜଣେ ଆହତ ହୋଇଥିବା ବେଳେ ତିନି ବଖରା ଘର ପୋଡ଼ି ଯାଇଛି । ଜରିପଡ଼ା ଗାଁର ଦୁର୍ଯ୍ୟୋଧନ ନାୟକଙ୍କ ପରିବାର ଲୋକେ ଗତକାଲି ଶୋଇଥିବା ବେଳେ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରଟି ଅଚାନକ ବିସ୍ଫୋରଣ ହୋଇ ଫାଟି ଯାଇଥିଲା । ଘରେ ନିଆଁ ଲାଗି ଆସବାବପତ୍ର ପୋଡ଼ି ଯାଇଥିଲା । ଘର ଲୋକେ ଦୌଡ଼ି ପଳାଇ ଆସିଥିଲେ । ତେବେ ଦୁର୍ଯ୍ୟୋଧନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବାଙ୍କୋଇ ଡାକ୍ତରଖାନା ଓ ପରେ ଖୋର୍ଦ୍ଧା ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.