ପାକିସ୍ତାନ ଗାୟିକାଙ୍କୁ ଗୁଳି ମାରି ହତ୍ୟା

ଲାହୋର : ପାକିସ୍ତାନର ଖାଇବର ପାଖତୁନଖ୍ଵାରେ ଜଣେ କଣ୍ଠଶିଳ୍ପୀଙ୍କୁ ଗୁଳି କାରି ହତ୍ୟା । ଅଭିନେତ୍ରୀ ତଥା ଗାୟିକା ରେଶମାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି । ପାରିବାରିକ ବିବାଦରୁ ଏଭଳି ଘଟିଥିବା କୁହାଯାଉଛି । ରେଶମା ତାଙ୍କ ସ୍ୱାମୀଙ୍କର ଚତୁର୍ଥ ପତ୍ନୀ ଥିଲେ । ତାଙ୍କୁ ସ୍ୱାମୀ ସବୁ ବେଳେ ତାଙ୍କ ସହିତ ପାର୍ଟିକୁ ଯିବା ପାଇଁ ବାଧ୍ୟ କରୁଥିଲେ । ଯାହାକୁ ନେଇ ଗଣ୍ଡଗୋଳ ହେଉଥିଲା । ନୌଶେରା କାଲାନ୍‌ ଅଞ୍ଚଳରେ ରେଶମା ନିଜ ଭାଇ ଘରେ ଥିବା ବେଳେ ତାଙ୍କ ସ୍ୱାମୀ ଆସି ତାଙ୍କୁ ଗୁଳି କରିଥିବା କୁହାଯାଉଛି । ରେଶମାଙ୍କୁ ମିଶାଇ ଏହି ଅଞ୍ଚଳରେ ୧୫ ଜଣ ମହିଳା କଳାକାରଙ୍କୁ ହତ୍ୟା କରାଗଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.