Below header

ପୁଣି କନ୍ୟାରତ୍ନ ଅଲୋଡ଼ା : ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଢ଼େଙ୍କାନାଳ : ପୁଣି କନ୍ୟାରତ୍ନ ଅଲୋଡ଼ା । ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଢ଼େଙ୍କାନାଳ ଜିଲ୍ଲା ତୁମୁସିଂଗା ଥାନା ସଗୋର ଗାଁ ନିକଟ ହଦଗଡ଼ ଜଙ୍ଗଲରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁଟିକୁ ଏବେ ଅଁଳାବେରେଣୀ ମେଡିକାଲରେ ଭର୍ତ୍ତି କରାଯାଛି । ଆଜି ସକାଳୁ ସଗୋର ଗାଁ ଲୋକ ଜାଳେଣିକାଠ ପାଇଁ ଜଙ୍ଗଲକୁ ଯାଇଥିଲେ । ଏତିକିବେଳେ କାନ୍ଦ ଶୁଣି ଏକ ବୁଦା ନିକଟରେ ଶିଶୁଟି ପଡ଼ିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକ । ସଙ୍ଗେ ସଙ୍ଗେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ କିଏ ଓ କାହିଁକି ଶିଶୁଟିକୁ ଏଠାରେ ଫିଙ୍ଗିଲା ତାହା ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.