Below header

ପିଲାଙ୍କ ବସ୍ତାନି ବୋଝ କମ କରିବା ପାଇଁ ସରପଂଚଙ୍କ ଉଦ୍ୟମ, ଓଜନକଣ୍ଟା ଧରି ପହଁଚିଲେ ସ୍କୁଲରେ

ଘଟଗାଁ(କେନ୍ୟୁଜ): ସ୍କୁଲ ପିଲାଙ୍କ ବସ୍ତାନୀ ବୋଝ କମାଇବା ପାଇଁ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଏହି ନିୟମକୁ ପାଳନ କରିବା ପାଇଁ କେନ୍ଦୁଝର ଜିଲ୍ଲା ମୁକୁନ୍ଦପୁରପାଟଣା ସରପଞ୍ଚ ଆରମ୍ଭ କରିଛନ୍ତି ଭିନ୍ନ ପ୍ରୟାସ । ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ଦେହୁରୀ ନିଜ ପଞ୍ଚାୟତର କର୍ମଚାରୀ ମାନଙ୍କୁ ସାଙ୍ଗରେ ଧରି ବିଭିନ୍ନ ସ୍କୁଲକୁ ପରିଦର୍ଶନରେ ଯାଇ ଓଜନ କଣ୍ଟା ମାଧ୍ୟମରେ ସ୍କୁଲ ବ୍ୟାଗକୁ ତଉଲିବା ସହ ରୁଟିନ ଅନୁଯାୟୀ ଖାତାବହି ଆଣିବାକୁ ପିଲାଙ୍କୁ ସଚେତନ କରୁଛନ୍ତି । ଅଧିକ ଓଜନର ସ୍କୁଲ ବ୍ୟାଗ ଆଣୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଏ ବିଷୟରେ ଅବଗତ କରାଇବା ସହ ଏହା ପିଲାଙ୍କ ଉପରେ ଶାରୀରିକ ଓ ମାନସିକ ଚାପ ପକାଉଥିବା କହିଛନ୍ତି । ଏଥି ସହିତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି । ତେବେ ସରପଞ୍ଚଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.