ଖାରବେଳ ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉଦଘାଟିତ ହେଲା ଖାରବେଳ ଭବନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସହ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଖାରବେଳ ଭବନର ଅଷ୍ଟମ ମହଲାରେ ଅଛି ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷ। ଲୋକସେବା ଭବନରୁ ୧୧ଟି ବିଭାଗ ଏଠାକୁ ସ୍ଥାନାନ୍ତର ହେବ। ସମୁଦାୟ ୩୦ ହଜାର ବର୍ଗମିଟର ପରିଧିରେ ଏହାର ନିର୍ମାଣ କରାଯାଇଛି। ସେପଟେ ଲୋକସେବା ଭବନରେ ଗାନ୍ଧୀଜୀଙ୍କ ପରସମଣିକୁ ସ୍ଥାପନ କରାଯାଇଛି। ଗାନ୍ଧୀଜୀଙ୍କ ଟାଲିସ୍‌ମ୍ୟାନ୍‌କୁ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.