Below header

ବାହାଘର ରିସେପସନ୍‌ ପାର୍ଟିରୁ ଲୁଟ କରୁଥିବା ଲୁଟେରାକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ୍, ସିସିଟିଭି ଫୁଟେଜ୍‌ ଆଧାରରେ ଆରମ୍ଭ ହୋଇଥିଲା ତଦନ୍ତ

ଭୁବନେଶ୍ବର: ଧରାପଡ଼ିଲା ଗିଫ୍ଟ ଲୁଟେରା । ବାହାଘର ରିସେପସନ୍‌ ପାର୍ଟିରୁ ଲୁଟ କରୁଥିବା ଲୁଟେରାକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ବିଭିନ୍ନ ବିବାହ ଭୋଜିକୁ ଯାଇ ଅତି ଚତୁରତାର ସହ ଗିଫ୍‌ଟ ଲୁଟ୍‌ କରି ଫେରାର ହୋଇଯାଉଥିଲା । ଝାରପଡ଼ା ଅଞ୍ଚଳର ରାଜେନ ମହାନ୍ତିଙ୍କ ପୁଅର ରିସେପସନ୍‌ ପାର୍ଟିରୁ ଲୁଟ୍‌ ହୋଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଜି ସେହି ଲୁଟେରାକୁ ଗିରଫ କରିଛ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.