କରୋନା ଆଲର୍ଟ: ଜର୍ମାନୀରେ ଉଚ୍ଚସ୍ତରୀୟ ବୈଠକରେ ଚାନ୍ସେଲରଙ୍କ ସହ ହାତ ମିଳାଇବାକୁ ମନା କରିଦେଲେ ମନ୍ତ୍ରୀ, ଭିଡିଓ ହେଉଛି ଭାଇରାଲ

କରୋନା ଭାଇରସ୍‌ ସାରା ବିଶ୍ୱର ୭୩ଟି ଦେଶକୁ ବ୍ୟାପିସାରିଛି। ଏହାର ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକେ ଏବେ ହାତ ମିଲାଇବାକୁ ବି ଡରିଲେଣି। ରବିବାର ଜର୍ମାନୀର ବର୍ଲିନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏମିତି ଦେଖିବାକୁ ମିଳିଛି।

h2

ଖବରରୁ ଜଣାପଡ଼ିଛି, ବୈଠକ ଚାଲିଥିବା ବେଳେ ଦେଶର Internal Affairs ମନ୍ତ୍ରୀ ହୋର୍ଷ୍ଟ ଜିହୋଫର ଅନ୍ୟ ପଦାଧିକାରୀଙ୍କ ସହିତ ବସିଥିଲେ। ଏହି ସମୟରେ ଚାନ୍ସେଲର ଏଞ୍ଜେଲା ମର୍କେଲ ସେଠାରେ ପହଞ୍ଚିଥିଲେ। ସେ ହାତ ମିଳାଇବାକୁ ଚାହିଁଥିଲେ, କିନ୍ତୁ ଜିହୋଫର ହାତ ନ ମିଳାଇ କେବଳ ‘ହ୍ୟାଲୋ’ କହିଥିଲେ। ଏହା ଦେଖି ମର୍କେଲଙ୍କ ସମେତ ଅଧିକାରୀମାନେ ଜୋର୍‌ରେ ହସିବାକୁ ଲାଗିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ମନ୍ତ୍ରୀ ଜିହୋଫର ମିଡିଆକୁ କହିଥିଲେ ଯେ ‘କରୋନା ଯୋଗୁ ଚାନ୍ସେଲର ବି ପୂର୍ବରୁ ଲୋକଙ୍କ ସହ ହାତ ମିଳାଇବା ବନ୍ଦ କରିଦେଇଥିଲେ। ଏହା ସୁରକ୍ଷା ପାଇଁ ଠିକ୍‌ ଅଟେ। ଗତ ସପ୍ତାହରେ ଚାନ୍ସେଲର ମର୍କେଲ ଯେତେବେଳେ ନିଜ ସଂସଦୀୟ ଅଞ୍ଚଳକୁ ଗସ୍ତ କରିଥିଲେ, ସେହି ସମୟରେ ସେ କାହା ସହିତ ବି ହାତ ମିଳାଇ ନ ଥିଲେ। ଚାନ୍ସେଲର ନିଜେ ମଧ୍ୟ ଭାଇରସ୍‌ରୁ ବର୍ତ୍ତିବା ପାଇଁ ଆଲର୍ଟ ରହିଛନ୍ତି’। ତେବେ ମର୍କେଲ ଜିହୋଫରଙ୍କ ନିଷ୍ପତ୍ତିକୁ ଠିକ୍‌ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.