ବିଚ୍ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇ ନେଉଥିଲେ ୫ ଯୁବକ, ପିଛା କରି ବାରଙ୍ଗରୁ ଉଦ୍ଧାର କଲା ପୋଲିସ
ବିଚ୍ ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ । ଆଠଗଡ଼ ମଣ୍ଡଳୀ ରାସ୍ତା ଛତାବର ନନା ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି ।

ଆଠଗଡ଼ : ବିଚ୍ ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ । ଆଠଗଡ଼ ମଣ୍ଡଳୀ ରାସ୍ତା ଛତାବର ନନା ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏକ ଡିଜାଏର କାର୍ ଯୋଗେ ଚାରି ଜଣ ଦୁର୍ବୃତ୍ତ ଆସିଥିବା ବେଳେ ଆଉ ଜଣେ ଯୁବକ ବାଇକ୍ ଯୋଗେ ଆସିଥିବା ସୂଚନା ମିଳିଛି ।
ପ୍ରଥମେ ବାଇକ୍ ଧରି ଆସିଥିବା ଯୁବକ ଜଣଙ୍କ ଯୁବତୀଙ୍କୁ ଆଠଗଡ଼ ମୁଣ୍ଡଳୀ ରାସ୍ତା ନିଛାଟିଆ ସ୍ଥାନ ଭାଇନା ହୋଟେଲ ପାଖରେ ସାଇଟ୍ ମାରିଥିଲେ । ଯୁବତୀ ଜଣକ ରାସ୍ତା ଉପରେ ପଡ଼ିବା ମାତ୍ରେ ୪ ଜଣ ଯୁବକ ଡିଜାଏର୍ରେ ଆସି ଯୁବତୀଙ୍କୁ ଆଠଗଡ଼ ଆଡ଼କୁ ନେଇ ଚାଲିଯାଇଥିଲେ ।
ଅପହରଣ ସମୟରେ ଯୁବତୀ ଜଣଙ୍କ କାନ୍ଦି କାନ୍ଦି ବଞ୍ଚାଅ ବୋଲି ଚିତ୍କାର କରୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ରାସ୍ତା ଉପରୁ ଯୁବତୀଙ୍କ ସ୍କୁଟି ଜବତ ହୋଇଛି । ସ୍କୁଟିଟି ଢ଼େଙ୍କାନାଳ ଅଞ୍ଚଳର ଅନୁପ ପଟ୍ଟନାୟକ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କାରକୁ ପିଛା କର ିଥିଲା ପୋଲିସ । କାରକୁ ଗୋଡାଇ ବାରଙ୍ଗ ନିକଟରେ ଧରିବା ପରେ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ ।