ରୁଷ ରାଜଧାନୀ ମସ୍କୋ ଉପରେ ଡ୍ରୋନରୁ ହମଲା କଲା ୟୁକ୍ରେନ

ପୁଟିନ ଗଡ଼ରେ ୟୁକ୍ରେନ ହମଲା । ରୁଷ ରାଜଧାନୀ ମସ୍କୋ ଉପରେ ଡ୍ରୋନରୁ ହମଲା । ୟୁକ୍ରେନ ଆକ୍ରମଣ କରିଥିବା ଅଭିଯୋଗ କରିଛି ରୁଷ୍‌ ।

ପୁଟିନ ଗଡ଼ରେ ୟୁକ୍ରେନ ହମଲା । ରୁଷ ରାଜଧାନୀ ମସ୍କୋ ଉପରେ ଡ୍ରୋନରୁ ହମଲା । ୟୁକ୍ରେନ ଆକ୍ରମଣ କରିଥିବା ଅଭିଯୋଗ କରିଛି ରୁଷ୍‌ । ପ୍ରତିରକ୍ଷା ମନ୍ତ୍ରାଳୟ ପାଖରେ ଡ୍ରୋନ ହମଲା ହୋଇଛି । ଓଡ଼େଶା ଆକ୍ରମଣର ୨୪ ଘଣ୍ଟା ନପୂରୁଣୁ ମସ୍କୋ ଉପରେ ଡ୍ରୋନ ଆକ୍ରମଣ ହୋଇଛି । ଦୁଇଟି ବିଲ୍ଡିଂ ଉପରକୁ ହୋଇଛି ହମଲା ।

ବିଜନେସ ସେଣ୍ଟର ଉପରେ ହୋଇଛି ଆକ୍ରମଣ । ଏଥିରେ ବିଲ୍ଠିଂର କିଛି ଅଂଶ ଭାଙ୍ଗିଯାଇଛି । ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି । କିଭ୍‌ର ଏହା ଆତଙ୍କବାଦୀ ଆକ୍ରମଣ ବୋଲି ରୁଷ କହିଛି । ରୁଷ ପ୍ରତିରକ୍ଷା ମନ୍ତ୍ରାଳୟର ଅଭିଯୋଗ ଉପରେ ୟୁକ୍ରେନର ପ୍ରତିକ୍ରିୟା ମିଳିପାରିନି ।

ଗତକାଲି ରାତି ତମାମ ଓଡ଼େଶା ଉପରେ ମିସାଇଲ ବର୍ଷା କରିଥିଲା ରୁଷ । ମିସାଇଲ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ଜଣ ଆହତ ହୋଇଛନ୍ତି । ଏକ ଚର୍ଚ୍ଚ ଓ ବିଲ୍ଡିଂ ନଷ୍ଟ ହୋଇଥିଲା । ଓଡ଼େଶା ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି କହିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.