ଉର୍ଫି ଜାବେଦଙ୍କ ଡ୍ରେସ ଦେଖି ରାଗିଗଲେ ଅଙ୍କଲ, କହିଲେ ଭାରତର ନାମ ବଦନାମ କରୁଛ, ଉର୍ଫି ତା’ପରେ ଯାହା କଲେ..
ଏମିତି କିଛି ନଖରା ଅଭିନେତ୍ରୀଙ୍କ ତାଲିକାରେ ଉର୍ଫିଙ୍କ ନାମ ସର୍ବାଗ୍ରେ ଆସିଥାଏ । ଉର୍ଫିଙ୍କ ଭିନ୍ନ ଭିନ୍ନ ପ୍ରକାର ବୋଲ୍ଡ ଫଟୋ ଦେଖିଲେ ଯେକେହି ଚକିତ ହୋଇଯିବା ସମ୍ଭବ ।

ବେଳେ ବେଳେ ବଲିଉଡର ଅଭିନେତ୍ରୀମାନଙ୍କ ହରକତ ଦେଖି ଲୋକେ କାବା ହୋଇଯାଇଥାନ୍ତି । ଆଉ କେହି କେହି ଲୋକଙ୍କ ରୋଷର ଶିକାର ହେବାକୁ ପଡିଥାଏ । ଏମିତି କିଛି ନଖରା ଅଭିନେତ୍ରୀଙ୍କ ତାଲିକାରେ ଉର୍ଫିଙ୍କ ନାମ ସର୍ବାଗ୍ରେ ଆସିଥାଏ । ଉର୍ଫିଙ୍କ ଭିନ୍ନ ଭିନ୍ନ ପ୍ରକାର ବୋଲ୍ଡ ଫଟୋ ଦେଖିଲେ ଯେକେହି ଚକିତ ହୋଇଯିବା ସମ୍ଭବ ।
ତେବେ ଏମିତି ଏକ ଅଘଟଣ ସେଦିନ ଘଟିଥିଲା ମୁମ୍ବଇ ଏୟାରପୋର୍ଟରେ । ଉର୍ଫି ସେଦିନ ଏକ ବ୍ୟାକଲେସ୍ ପ୍ରିଣ୍ଟେଡ ଡ୍ରେସ ପିନ୍ଧିଥିଲେ । ଯାହାର ପଛ ଭାଗ ସମ୍ପୁର୍ଣ୍ଣ ଉନ୍ମୁକ୍ତ ଥିଲା । ଉର୍ଫିଙ୍କ ପୋଷାକ ଦେଖି ଜଣେ ବୟସ୍କ ବ୍ୟକ୍ତି (ଅଙ୍କଲ) ଆଉ ସମ୍ଭାଳି ରହି ପାରିଲେ ନାହିଁ ।
ଉର୍ଫିଙ୍କୁ ଦେଖି କହିଦେଲେ ଏମାନେ ଭାରତର ନାମ ଖରାପ କରୁଛନ୍ତି । ଅଙ୍କଲଙ୍କ କଥା ଶୁଣି ଉର୍ଫି ରାଗି ନିଆଁ । ଉର୍ଫି ଅଙ୍କଲଙ୍କ ସହ ଝଗଡା କରିବାକୁ ତୟାର ହୋଇଗଲେ । ଉର୍ଫି ବି ଛାଡିବା ବାଲି ନୁହଁନ୍ତି କହିଦେଲେ, ‘ଆପକା ବାପ କା କୁଛ୍ ଜା ରହା ହେ କ୍ୟା’, ‘ତୋ ଆପନା କାମ କରୋ’ ।
View this post on Instagram
ଅଙ୍କଲ ବି ଛାଡିବାକୁ ନାରାଜ । ପୁଣି କହିଦେଲେ ‘ଗଲତ ହେ, ଇଣ୍ଡିଆକା ନାମ ଖରାପ ହୋତାହେ ହମଲୋଗ କା’ । ଏମିତି କଥା କଟାକଟି ଚାଲିଥିବା ବେଲେ କେହି ଜଣେ ଅଙ୍କଲକୁ ଟାଣିନେଇଗଲେ ସେଠାରୁ ।