ଭୌତିକ ଆକର୍ଷଣ ନୁହେଁ ନିଚ୍ଛକ ଭଲ ପାଇବା ନିର୍ଭେଜାଲ ମଣିଷ ଭିତରେ: ବର ୭୬କୁ କନିଆ ବୟସ ୪୬
ଗଜପତି ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ତଲାସିଂ ଗାଁରେ ରହି ଆସୁଅଛନ୍ତି ରାମଚନ୍ଦ୍ର । ତାଙ୍କର ଦୁଇ ଝିଅ ବିବାହ କରିସାରିଛନ୍ତି । ପତ୍ନୀଙ୍କ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ବିତାଉଥିଲା ରାମଚନ୍ଦ୍ର।

ମୋହନା(କେନ୍ୟୁଜ୍): ବର ୭୬କୁ କନିଆ ବୟସ ୪୬ । କୋର୍ଟ ମ୍ୟାରେଜ ପରେ ମନ୍ଦିରରେ ବିବାହ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁର ୭୬ ବର୍ଷିୟ ରାମଚନ୍ଦ୍ର ସାହୁ ୪୬ ବର୍ଷିୟା ସୁରେଖା ସାହୁଙ୍କ ହାତ ଧରିଛନ୍ତି । ଗଜପତି ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ତଲାସିଂ ଗାଁରେ ରହି ଆସୁଅଛନ୍ତି ରାମଚନ୍ଦ୍ର । ତାଙ୍କର ଦୁଇ ଝିଅ ବିବାହ କରିସାରିଛନ୍ତି । ପତ୍ନୀଙ୍କ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ବିତାଉଥିଲା ରାମଚନ୍ଦ୍ର। ଏଭଳି ପରିସ୍ଥିତିରେ ଭଞ୍ଜନଗର ବ୍ଲକ କୁଲାଡ଼ ଗାଁର ସୁରେଖାଙ୍କ ସହ ଏକ ଭୋଜିରେ ଦେଖା ହୋଇଥିଲା।
ପ୍ରଥମ ଦେଖାରେ ହିଁ ଉଭୟେ ଉଭୟଙ୍କୁ ପସନ୍ଦ କରିଥିଲେ। ଘନିଷ୍ଠତା ବଢିବା ପରେ ଉଭୟ ପରସ୍ପରର ହାତ ଧରିବାକୁ ମନସ୍ଥ କରିଥିଲେ। ଶେଷରେ ଭଞ୍ଜନଗର କୋର୍ଟରେ ପରିବାର ଲୋକଙ୍କ ସହମତିରେ ପ୍ରଥମେ କୋର୍ଟ ମ୍ୟାରେଜ୍ କରିବା ପରେ ତଲାସିଂ ଗଣେଶ ମନ୍ଦିରରେ ବୈଦିକ ରୀତିନୀତିରେ ଉଭୟ ବିବାହ କରିଛନ୍ତି । ପରିଣତ ବୟସରେ ସୁରେଖାଙ୍କୁ ପାଇ ବେଶ୍ ଖୁସ୍ ରାମଚନ୍ଦ୍ର