ବିଚ୍ ରାସ୍ତାରେ ବ୍ଲାଙ୍କ ଫାୟାର କରି ଦାଦାବଟି ମାଗି ୪ ଗିରଫ
ଜୁଲାଇ ୨୨ତାରିଖରେ ସାଲୁଣି ଗାଁର ପ୍ରତାପ ବେହେରା ନିଜ ଘର ଆଗରେ ଛିଡା ହୋଇଥିବା ବେଳେ ନାଟୁଗାଁର ଆଲୋକ ପରିଡା, ଭାଗିରଥୀ ପ୍ରଧାନ, ରାଜେଶ ନାୟକ ଏବଂ ପ୍ରଶାନ୍ତ ସାହୁ ତାଙ୍କୁ ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ।

ନୟାଗଡ଼(କେନ୍ୟୁଜ୍): ବିଚ୍ ରାସ୍ତାରେ ବ୍ଲାଙ୍କ ଫାୟାର କରି ଦାଦାବଟି ମାଗି ୪ ଗିରଫ। ୪ ଅଭିଯୁକ୍ତଙ୍କୁ ଗିରଫ କଲା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଖଣ୍ଡା, ଠେଙ୍ଗା ସହ ଦୁଇଟି ବାଇକ୍ ଜବତ ହୋଇଛି। ଜୁଲାଇ ୨୨ତାରିଖରେ ସାଲୁଣି ଗାଁର ପ୍ରତାପ ବେହେରା ନିଜ ଘର ଆଗରେ ଛିଡା ହୋଇଥିବା ବେଳେ ନାଟୁଗାଁର ଆଲୋକ ପରିଡା, ଭାଗିରଥୀ ପ୍ରଧାନ, ରାଜେଶ ନାୟକ ଏବଂ ପ୍ରଶାନ୍ତ ସାହୁ ତାଙ୍କୁ ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ସେ ରାଜି ନହେବାରୁ ଅଭିଯୁକ୍ତମାନେ ପ୍ରତାପଙ୍କ କାରକୁ ଭଙ୍ଗାରୁଜା କରିବା ସହ ଦୁଇ ରାଉଣ୍ଡ ବ୍ଲାଙ୍କ୍ ଫାୟାରିଂ କରିଥିଲେ।
ଏହା ସହିତ ପୋଲିସକୁ ଏସମ୍ପର୍କରେ ଜଣାଇଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଅଧଘଣ୍ଟା ଧରି ରାସ୍ତାରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କରାଜ ସୃଷ୍ଟି କରିବା ପରେ ଚାଲିଯାଇଥିଲେ। ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ପ୍ରତାପ ଏନେଇ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…