ବରଗଛ ତଳେ ୮୦ ବର୍ଷର ଚା’ ଦୋକାନ, ଆନନ୍ଦ୍ର ମହିନ୍ଦ୍ରା କହିଲେ ଥରେ ଯିବି ଜରୁର
ଶିଳ୍ପପତି ଆନନ୍ଦ୍ର ମିହନ୍ଦ୍ରା ଅଧିକାଂଶ ସମୟରେ ସମାଜକୁ ବାର୍ତ୍ତା ଦେଲା ଭଳି ଭଲ ଭଲ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି । ଯାହା ଭାଇରାଲ ହୋଇଥାଏ ।

ଶିଳ୍ପପତି ଆନନ୍ଦ୍ର ମିହନ୍ଦ୍ରା ଅଧିକାଂଶ ସମୟରେ ସମାଜକୁ ବାର୍ତ୍ତା ଦେଲା ଭଳି ଭଲ ଭଲ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି । ଯାହା ଭାଇରାଲ ହୋଇଥାଏ । ତାଙ୍କର ମୋଟିଭେସନାଲ ଟ୍ଵିଟର ସର୍ବଦା ଚର୍ଚ୍ଚାରେ ରହିଥାଏ । ଆଜି ସେ ଜଣେ ବୃଦ୍ଧ ଚା’ ବିକାଳିଙ୍କ ଭିଡିଓ ସେୟାର କରିଛନ୍ତି । ଯାହାକୁ ଦେଖିଲେ ଆପଣ ବି ଥରେ ଚିନ୍ତା କରିବେ । ଆପଣ ଭାବୁଥିବେ ଏହି ଭିଡିଓରେ ଏମିତି କ’ଣ ଖାସ୍ ଅଛି ? ଆସନ୍ତୁ ଜାଣିବା …
ପ୍ରଖ୍ୟାତ ଶିଳ୍ପପତି ଆନନ୍ଦ୍ର ମହିନ୍ଦ୍ରା ଯେଉଁ ଭିଡିଓ ସେୟାର କରିଛନ୍ତି ତାହା ୬ ମନିଟ ୪୭ ସେକେଣ୍ଡର । ଏଥିରେ ସେ ଜଣେ ଚା’ ବିକାଳୀଙ୍କ ଭିଡିଓ ସେୟାର କରିଛନ୍ତି । ଯାହା କି ୪୫ ବର୍ଷ ଧରି ସେଠାରେ ଚାଲୁ ରହିଛି । ସବୁଠୁ ବଡ଼ କଥା ହେଲା ଚା’ ଦୋକାନ କୌଣସି ଘରେ ନହୋଇ ଏକ ବରଗଛ ତଳେ ଚାଲିଛି । ବରଗଛ ଏପରି ଭାବେ ରହିଛି ଯେ ତା’ ତଳେ ଏକ ଭଲ ଆଶ୍ରୟସ୍ଥଳ ପାଲଟିଛି ।
ଚା’ ଦୋକାନକୁ ଚଳାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅଜିତ ସିଂହ ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧା । ଲୋକେ ତାଙ୍କୁ ଶ୍ରଦ୍ଧାରେ ବାବା ବୋଲି ଡାକନ୍ତି । ଦୋକାନଟି ଖୋଲାଯାଇଛି ପଞ୍ଜାବର ଅମୃତସରରେ । ଚା’ଦୋକାନର ନାମ ରହିଛି ’‘ ଚାୟ ସେବା କା ମନ୍ଦିର’’ । ଏଲପିଜି ଓ ସିଏନଜି ଗ୍ୟାସ ଯୁଗରେ ବି ବାବା ଚୁଲାରେ ଚା’ ତିଆରି କରନ୍ତି । ବାବା କୁହନ୍ତି ଏ ବୟସରେ ବି ସେ ଥକି ପଡି ନାହାଁନ୍ତି ।
There are many sights to see in Amritsar. But the next time I visit the city, apart from visiting the Golden Temple, I will make it a point to visit this ‘Temple of Tea Service’ that Baba has apparently run for over 40 years. Our hearts are potentially the largest temples.… pic.twitter.com/Td3QvpAqyl
— anand mahindra (@anandmahindra) July 23, 2023
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଭିଡ଼ିଓଟିକୁ ପୋଷ୍ଟ କରି ଲେଖିଛନ୍ତି ଆଗାମୀରେ ଯେବେ ସ୍ୱର୍ଣ୍ଣ ମନ୍ଦିର ଯିବି ଏହି ଚା’ ସେବା କା ମନ୍ଦିର’ କୁ ନିଶ୍ଚିତ ଯିବି । ତାଙ୍କର ଏହି ଭିଡିଓ ଦ୍ରୁତ ଭାବେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ୟୁଜର୍ସ ଭଲ ପ୍ରତିକ୍ରିୟା ବି ଦେଉଛନ୍ତି । ଆନନ୍ଦ ମହିନ୍ଦ୍ରା ଏମିତି ଭଲ ଇନୋଭେଟିଭ, ମୋଟିଭେସନାଲ ଟ୍ଵିଟ୍ସ ସେୟାର କରିଥାନ୍ତି ଯାହା ୟୁଜର୍ସଙ୍କୁ ବହୁତ ପସନ୍ଦ ଆସିଥାଏ । ମହିନ୍ଦ୍ରାଙ୍କ ଫଲୋର୍ସ ସଂଖ୍ୟା ୧୦.୪ ମିଲିୟନ ।