Below header

ଆଳୁ ବେପାରୀରୁ ବନିଥିବା ଗ୍ୟାଙ୍ଗଷ୍ଟର ଟିଟୋ ପୁଣି ଯିବ ଜେଲ

ତାକୁ ପୁଣି ଜେଲକୁ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ୯୦ ଦଶକରେ ଟିଟୋ ଆଳୁ ବେପାର କରୁଥିଲା । କେନ୍ଦ୍ରାପଡ଼ା ଅଞ୍ଚଳରେ ଆଳୁ ବେପାର କରିବା ସହ ଛୋଟ ଛୋଟ ଅପରାଧ ଘଟାଉଥିଲା । ହେଲେ ୧୯୯୮୯ରେ ଟିଟୋ ଆସିଲା ଚର୍ଚ୍ଚାକୁ ।

କେନ୍ଦ୍ରାପଡ଼ା(କେନ୍ୟୁଜ୍):  ପୁଣି ଜେଲ ଯିବ ଟିଟୋ । କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀ ସର୍ତ୍ତମୂଳକ ଜାମିନରେ ଥିଲା । ଜାମିନର ସର୍ତ୍ତ ଖିଲାପ କରିଛି ଏହି ଗ୍ୟାଙ୍ଗଷ୍ଟାର । ତାକୁ ପୁଣି ଜେଲକୁ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ୯୦ ଦଶକରେ ଟିଟୋ ଆଳୁ ବେପାର କରୁଥିଲା । କେନ୍ଦ୍ରାପଡ଼ା ଅଞ୍ଚଳରେ ଆଳୁ ବେପାର କରିବା ସହ ଛୋଟ ଛୋଟ ଅପରାଧ ଘଟାଉଥିଲା । ହେଲେ ୧୯୯୮୯ରେ ଟିଟୋ ଆସିଲା ଚର୍ଚ୍ଚାକୁ ।

ଫୁଟବଲ ପଡ଼ିଆର ଏକ ଗଣ୍ଡଗୋଳରୁ ଟିଟୋ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିଲା । ଟିଟୋ ଅପରାଧ ଜଗତରେ ପ୍ରବେଶ କରିବା ପୂର୍ବରୁ ସୁଲେମାନ ଏବଂ ହାଇଦର ଗ୍ୟାଙ୍ଗର ଚାଲିଥିଲା ରାଜୁତି । ଟିଟୋ ପ୍ରଥମେ ଏହି ଦୁଇ ଗ୍ୟାଙ୍ଗ ସହ ସମ୍ପର୍କ ରକ୍ଷା କରିଥିଲା । ହେଲେ ଟିଟୋ ଚାହୁଁଥିଲା କେନ୍ଦ୍ରାପଡ଼ା ଓ କଟକରେ ନିଜେ ରାଜୁତି କରିବାକୁ । ଏଣୁ ସେ ପ୍ରଥମେ ଟାର୍ଗେଟ କରିଥିଲା ସୁଲେମାନକୁ । ୨୦୦୯ରେ ସୁଲେମାନର ହତ୍ୟା ହୋଇଥିଲା । ଏହା ପଛରେ ଟିଟୋ ମୁଖ୍ୟ କାର୍ପଟଦାର ଥିଲା । ଦାଦାବଟି, ଟେଣ୍ଡର ଫିକ୍ସିଂ କରି ଟିଟୋ ଅପରାଧ ଦୁନିଆର ବାଦଶାହ ସାଜିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.