Below header

ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଉପଲକ୍ଷେ: ଆଜି ଗୋଟିଏ ଦିନରେ ପ୍ରକାଶ ପାଇଛି ୭୫ ଟି ରାୟ

ଗୋଟିଏ ଖଣ୍ଡପୀଠରେ ୭୫ ଟି ରାୟ ପ୍ରକାଶ ପାଇବା ନିଶ୍ଚୟ ସ୍ମୃତି ହୋଇ ରହିବ। ଭାରତ ବର୍ଷର ବିଚାର ବ୍ୟବସ୍ଥାରେ ଗୋଟିଏ ଦିନରେ କୌଣସି ହାଇକୋର୍ଟରେ କ୍ରିମିନାଲ ଅପିଲରେ ୭୫ ଟି ମାମଲାର ରାୟ ପ୍ରକାଶ ପାଇବାର ନଜିର ନାହିଁ।

କେନ୍ୟୁଜ୍(ବ୍ୟରୋ): ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବ୍ୟବହିତ ପୂର୍ବରୁ ଆଜି ଗୋଟିଏ ଖଣ୍ଡପୀଠରେ ଗୋଟିଏ ଦିନରେ ପ୍ରକାଶ ପାଇଛି ୭୫ ଟି ରାୟ। ହାଇକୋର୍ଟର ବିଚାରପତି ଜଷ୍ଟିସ ଦେଵବ୍ରତ ଦାସ ଓ ଡ଼କ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବିରଳ ରେକର୍ଡ କରିଛନ୍ତି। ବିଶେଷ ଭାବେ କ୍ରିମିନାଲ ରିଭ୍ୟୁ ପିଟିସନ ଅପିଲ ଓ ଜେଲ କ୍ରିମିନାଲ ଅପିଲ ସଂକ୍ରାନ୍ତୀୟ ଏହି ସମସ୍ତ ମାମଲାର ରାୟ ପ୍ରକାଶ ପାଇଛି। ଏହି ମାମଲା ଗୁଡିକ ମଧ୍ୟରେ ଅଧିକାଂଶ ମାମଲା ହତ୍ୟାକାଣ୍ଡ ସମ୍ପର୍କୀତ ମାମଲା ରହିଛି।

ଜେଲ କ୍ରିମିନାଲ ଅପିଲ ମାମଲା ଗୁଡିକରେ ଅଦାଲତ କୋର୍ଟ ମିତ୍ର ନିଯୁକ୍ତ କରିବା ସହିତ କେତେକ ମାମଲା ରାଜ୍ୟ ଆଇନସେବା ପ୍ରାଧିକରଣ ଦ୍ବାରା ପରିଚାଳିତ ହେଉଥିଲା। ୧୯୧୬ ମସିହା ଠାରୁ ବିହାର ହାଇକୋର୍ଟର ସର୍କିଟ ବେଞ୍ଚ କଟକରେ ଆରମ୍ଭ ହୋଇଥିଲା। କିନ୍ତୁ ଦେଶ ସ୍ଵାଧୀନ ହେବାର ପରବର୍ଷ ୧୯୪୮ ମସିହା ଜୁଲାଇ ୨୬ ତାରିଖରେ କଟକରେ ବିଧିବଦ୍ଧ ଭାବେ ଓଡିଶା ହାଇକୋର୍ଟ କାର୍ଯ୍ୟ କରିଥିଲା। ଆସନ୍ତା ୨୬ ତାରିଖରେ ହାଇକୋର୍ଟର ହୀରକ ଜୟନ୍ତୀ ଉଦଯାପନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି।

ଏହି କାର୍ଯ୍ୟକ୍ରମ ପୂର୍ବରୁ ଗୋଟିଏ ଖଣ୍ଡପୀଠରେ ୭୫ ଟି ରାୟ ପ୍ରକାଶ ପାଇବା ନିଶ୍ଚୟ ସ୍ମୃତି ହୋଇ ରହିବ। ଭାରତ ବର୍ଷର ବିଚାର ବ୍ୟବସ୍ଥାରେ ଗୋଟିଏ ଦିନରେ କୌଣସି ହାଇକୋର୍ଟରେ କ୍ରିମିନାଲ ଅପିଲରେ ୭୫ ଟି ମାମଲାର ରାୟ ପ୍ରକାଶ ପାଇବାର ନଜିର ନାହିଁ। ଆହୁରି ମଧ୍ୟ ବିଭିନ୍ନ କୋର୍ଟରେ ମାମଲାର ଶୁଣାଣି ହୋଇ ନ ପାରି ବିଚାରଧୀନ ମାମଲାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଚାରପତିଙ୍କ ଏଭଳି ଚିନ୍ତାଧାରା ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.