ଛତିଶଗଡ ସୀମାନ୍ତ ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ୫ କିଲୋଗ୍ରାମ ବିସ୍ଫୋରକ ପାଉଡର ଜବତ

ଛତିଶଗଡ ସୀମାନ୍ତ ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡା ଜିଲ୍ଲା ସିନାପାଲି ଥାନା ନଙ୍ଗଲଘାଟ ଗାଁ ନିକଟସ୍ଥ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି ।

ନୂଆପଡା : ଛତିଶଗଡ ସୀମାନ୍ତ ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡା ଜିଲ୍ଲା ସିନାପାଲି ଥାନା ନଙ୍ଗଲଘାଟ ଗାଁ ନିକଟସ୍ଥ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ଘଟଣାସ୍ଥଳରୁ ୫ କିଲୋଗ୍ରାମ ବିସ୍ଫୋରକ ପାଉଡର, ୨୦ଟି ଚକଲେଟ ବମ, ୨ଟି ପ୍ଲାଷ୍ଟିକ କଣ୍ଟେନର, ଔଷଧ ବଟିକା, ଚାଉଳ ଓ ଅନେକ ଖାଦ୍ୟ ସାମଗ୍ରୀ ଜବତ ହୋଇଛି ।

ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ପାଟଦରା ସଂରକ୍ଷିତ ଜଙ୍ଗଲରେ ଓଡ଼ିଶା ଓ ଛତିଶଗଡ଼ର ଟପ ମାଓନେତାଙ୍କ ମେଳି ହେବା ସହ ବଡଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିଲେ । ଏନେଇ ପୋଲିସ ଖବରପାଇବା ପରେ ସେହି ଅଞ୍ଚଳରେ ସିଆରପିଏଫ, ଏସଓଜି ଓ ଡିଭିଏଫ ଯବାନଙ୍କ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ କରାଯାଇଥିଲା । ଖବରପାଇ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ l ଏବେବି ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଜାରି ରହିଥିବା ନୂଆପଡା ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.