Below header

ଜଗତସିଂହପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ଛାତ୍ରୀଙ୍କ ଜୀବନ

ଜଗତସିଂହପୁର(କେନ୍ୟୁଜ୍): ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ଛାତ୍ରୀଙ୍କ ଜୀବନ। ଅନ୍ୟ ଦୁଇଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ପଙ୍କପାଳ ନିକଟରେ କଟକ-ପାରାଦ୍ୱୀପ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକଙ୍କ ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଉଛି । ଏହା ପରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ସାଇକେଲ ଚାଳକଙ୍କୁ ଟ୍ୟାଙ୍କରଟି ଧକ୍କା ଦେବାରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ହେଲେ ପୂଣ୍ଣିର୍ମା ବେହେରା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି । କୁଜଙ୍ଗ ପୋଲିସ ଓ ତହସିଲଦାର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.