ନିଜର ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଲା ଫେସବୁକ୍, ଜାଣନ୍ତୁ ଏବେ କି ସୁବିଧା ପାଇବେ ଉପଭୋକ୍ତା
ଫେସବୁକ୍ ନିଜର ଭାରତୀୟ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି । ଏବେ ଭାରତରେ ମଧ୍ୟ ୟୁଜର୍ସ ନିଜର ଫେସବୁକ୍ ଏବଂ ଇଷ୍ଟାଗ୍ରାମ ପ୍ରୋଫାଇଲ୍ର ଷ୍ଟୋରିଜ୍ ସେକ୍ସନ୍ରେ ସଙ୍ଗୀତକୁ ଯୋଡି ପାରିବେ । ଏବେ ଯାଏ ଏହି ସେକ୍ସନରେ ଭିଡିଓ ଏବଂ ଫଟୋକୁ ୨୪ଘଣ୍ଟା ପର୍ଯ୍ୟନ୍ତ ଯୋଡି ହୋଇରହିବାର ସୁବିଧା ୟୁଜର୍ସଙ୍କୁ ମିଳୁଥିଲା ।
ଫେସବୁକ୍ ମଙ୍ଗଳବାରକୁ ଜାରି କରିଥିବା ବୟାନରେ କହିଛି କି, ଆମେ ଭାରତରେ ଲୋକଙ୍କୁ ଫେସବୁକ୍ ଏବଂ ଇଷ୍ଟାଗ୍ରାମରେ ନିଜର ଭାବନାକୁ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରିବାର ନୂଆ ମାଧ୍ୟମ ଦେଇଛୁ। ଏବେ ନିଜର ଷ୍ଟୋରିଜ୍ରେ ମ୍ୟୁଜିକ୍,ଷ୍ଟିକର୍ସ ଏବଂ ନିଜର ଫେସବୁକ୍ ପ୍ରୋଫାଇଲରେ ଅନ୍ୟ କ୍ରିଏଟିଭ୍ ଯେମିତିକି ଗୀତ ର ବୋଲ୍, ଲିପ୍ ସିଙ୍ଗ ଲାଇଭ୍ ଏବଂ ମନ ପସନ୍ଦର ଗୀତ ଯୋଡି ପାରିବେ ।
ଏହାସହ ପଢନ୍ତୁ:
ହ୍ଵାଟସଆପ୍ ଆଣିଲା ନୂଆ ଫିଚର, ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ କରିପାରିବେ ଲକ୍-ଅନଲକ୍
ଏହାସହିତ ଫେସବୁକରେ ସଙ୍ଗୀତ ସୁବିଧା ପାଇବା ପାଇଁ ଭାରତ ଦୁନିଆର ୫୫ ତମ ଦେଶ ହୋଇଯାଇଛି । ବର୍ତ୍ତମାନ ୟୁଜର୍ସ ନିଜର ଷ୍ଟୋରିଜରେ ନିକଟରେ ରିଲିଜ୍ ହୋଇଥିବା କବୀର ସିଂ ଫିଲ୍ମର ବେଖୟାଲ ଗୀତ ଏବଂ ନବେ ଦଶକର ଆସିକି ଫିଲ୍ମର ବସ୍ ଏକ୍ ସନମ୍ ଚାହିଏ ଗୀତ ଅପଲୋଡ୍ କରିପାରିବେ । ବହୁ ଜଲଦି ଅନ୍ୟ ଗୀତ ମଧ୍ୟ ଷ୍ଟୋରିଜ୍ ସେକ୍ସନ୍ ପାଇଁ ଉପଲବ୍ଧ ହେବ ।