ପୁଣି ସାମରିକ କ୍ଷମତା ଦେଖାଇଲା ଭାରତ, ଚାନ୍ଦିପୁର ୩ନଂ ଲଞ୍ଚ ପ୍ୟାଡ୍ରୁ ବଂଶୀ ମିଜାଇଲର ସଫଳ ପରୀକ୍ଷଣ
କେନ୍ୟୁଜ୍: ପୁଣି ସାମରିକ କ୍ଷମତା ଦେଖାଇଲା ଭାରତ । ଚାନ୍ଦିପୁର ୩ ନଂ ଲଞ୍ଚ ପ୍ୟାଡ୍ରୁ ବଂଶୀ ମିଜାଇଲର ସଫଳ ପରୀକ୍ଷଣ ହୋଇଛି । ଅସ୍ତ୍ର ମିସାଇଲକୁ ବଂଶୀ ହିଟ୍ କରିଛି । ଆକାଶରେ ସଫଳତାର ସହ ଟାର୍ଗେଟ୍ ହିଟ୍ କରିଛି ବଂଶୀ । ଗତକାଲି ଓଡ଼ିଶା ବଙ୍ଗୋପସାଗର ଉପକୂଳରେ ଏୟାର ଟୁ ଏୟାର ମିସାଇଲ ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରାଯାଇଥିଲା । ସୁଖୋଇ -୩୦ ଏମକେଆଇ ଯୋଗେ ଆକାଶ ମାର୍ଗରୁ ଏହି ପରୀକ୍ଷଣ କରାଯାଇଥିଲା ।