ଭୁବନେଶ୍ବର(କେନ୍ୟୁଜ୍): ସହିଦ ନଗରରେ ଗୋଟିକ ପରେ ଗୋଟିଏ ମେଢ ପୂଜାମଣ୍ଡପ ଠାରେ ଏକତ୍ରୀତ ହେବାରେ ଲାଗିଲାଣି। ଏହିଠାରୁ ସିଧା କଟକର ଦେବୀଗୋଡା ଓ ଅନ୍ୟାନ ନଦୀକୁ ଯିବ। ସୁସଜ୍ଜତି ମେଢକୁ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଯେହେତୁ ମାଙ୍କୁ ଦେଖିବାକୁ ପାଇଁ ପୁଣି ଗୋଟେ ବର୍ଷ ଅପେକ୍ଷା କରିବାକୁ ପଡିବ ତେଣୁ ମାଙ୍କୁ ବିଦାୟ ଜଣାଇବାପାଇଁ ସହିଦ ନଗରରେ ରାଜଧାନୀବାସୀ ଏକତ୍ରୀତ ହୋଇଥିବାର ଦେଖିବାକୁ ମିଳିଛି। କେବଳ ସହିଦ ନଗର ନୁହେଁ ନୟାପଲ୍ଲୀ, ବରମୁଣ୍ଡାରେ ମଧ୍ୟ ଲୋକଙ୍କ ଭିଡି ପରିଲିଖିତ ହୋଇଛି । ଭିଡକୁ ଆଖିଆଗରେ ରଖି କମିଶନର ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭଷାଣୀ ପଟୁଆରରେ ବିଭିନ୍ନ ବର୍ଗର ଲୋକେ ସମିଲ ହୋଇ ଡିଜେର ଧୂନରେ ନାଚ କରିଥିଲେ। ସହିଦ ନଗର ଦୁର୍ଗାମୂର୍ତ୍ତିରେ ମାଙ୍କ ରୂପା କିରଟି ବେଶ୍ ମନମୁଗ୍ଧକର ହୋଇଥିଲା ।