Below header

ଗହଳିର ପୁରା ସୁଯୋଗ ନେଲେ, ଆଶ୍ରମ ଭିତରୁ ଅନେକ ମହିଳାଙ୍କ ବେକରୁ କଲେ ଚେନ୍ ଚୋରି !

ଭୁବନେଶ୍ୱରରେ ଦିନକୁ ଦିନ ଲୁଟର ସହଜ ଉପାୟକୁ ଲୁଟେରା ମାନେ ଆପଣେଇଛନ୍ତି କି ଯେଉଁଠି ପାରିଲେ ସେଇଠି ଲୋକଙ୍କୁ ଠାରୁ ଅନାୟାସରେ ଲୁଟ କରୁଛନ୍ତି । ପୋଲିସ ସତେ ଯେମିତି ନିଷ୍କ୍ରିୟ ଅଥବା ପୋଲିସକୁ ଲୁଟେରା ମାନଙ୍କର ଯେମିତି ଟିକେ ଭୟ ନାହିଁ ।

ଭୁବନେଶ୍ୱର(କେନ୍ୟୁଜ୍‌):  ଭୁବନେଶ୍ୱରରେ ଦିନକୁ ଦିନ ଲୁଟର ସହଜ ଉପାୟକୁ ଲୁଟେରା ମାନେ ଆପଣେଇଛନ୍ତି ।  ଯେଉଁଠି ପାରୁଛନ୍ତି ସେଇଠି ଲୋକଙ୍କଠାରୁ ଅନାୟାସରେ ଲୁଟ୍ କରୁଛନ୍ତି । ପୋଲିସ ସତେ ଯେମିତି ନିଷ୍କ୍ରିୟ ଅଥବା ପୋଲିସକୁ ଲୁଟେରା ମାନଙ୍କର ଯେମିତି ଟିକେ ଭୟ ନାହିଁ । ଏଣୁ ଲୁଟେରା ମାନେ ନିର୍ଭୟରେ ଯେତେବେଳେ ଯାହାଠାରୁ ଯେତେ ଲୋକ ଗହଳି ଥାଉ ନା କାହିଁକି କାହାଠୁ ନା କାହାଠୁ ଲୁଟ କରି ଫରାର୍ ହୋଇଯାଉଛନ୍ତି ।

ତେବେ ଖାସ୍ କରି ଜନଗହଳିପୂର୍ଣ୍ଣ ସ୍ଥାନ ସେମାନଙ୍କ ପାଇଁ ବରଦାନ ପାଲଟିଯାଏ । ଏହି ଘଟିଥିବା ଏକ ଆଶ୍ରମ ଲୁଟ୍ ଘଟଣାକୁ ଦେଖିଲେ ସହଜରେ ଅନୁମେୟ କରିହେବ । ସେଦିନ ଆଶ୍ରମ ଭିତରେ ଲୋକଙ୍କ ପ୍ରବଳ ଗହଳି ଲାଗିଥାଏ । ଆଉ ଏହି ଗହଳି ଭିତରରେ ଆଶ୍ରମରେ ସଂଶ୍ଲିଷ୍ଟ ନଥିବା କିଛି ମହିଳା ପ୍ରବେଶ କରିଥିଲେ । କିଛି ସମୟ ଭିତରେ ଅନେକ ମହିଳା ଜାଣିବାକୁ ପାଇଲେ କି ସେମାନଙ୍କ ବେକରେ ଥିବା ସୁନା ଚେନ୍ ନାହିଁ ।

ଏହାପରେ ଗହଳି ଭିତରେ ହୋହଲ୍ଲା ଆରମ୍ଭ ହୋଇଥିଲା । କିଏ କହୁଥିଲେ ମୋ ବେକର ସୁନା ଚେନ ଅଛି କିନ୍ତୁ ଖଣ୍ଡ ଖଣ୍ଡ ହୋଇ ଯାଇଛି । ଆଉ କିଏ ପୁଣି କହୁଥିଲେ ଚେନ୍ ଅଛି ଯେ ହେଲେ କିଏ ପଛରୁ ଧରି ଟାଣିବାକୁ ଚେଷ୍ଟା କରୁଥିଲା । ଏମିତି ସମୟରେ ସେଠାରେ ଆଶ୍ରମରେ ସଂଶ୍ଲିଷ୍ଟ ନଥିବା ଉକ୍ତ ମହିଳାମାନଙ୍କୁ ଧରା ହେଲା ।

ଧରାହେବା ପରେ ସେମାନେ ଛତିଶଗଡର ବୋଲି ସ୍ୱୀକାର କରିଥିଲେ । ଆଉ ତାପରେ ସେମାନଙ୍କୁ ପୋଲିସର ଜିମା ଦିଆହେଲା । ଯେଉଁ ମାନଙ୍କର ଲୁଟ୍ ହୋଇଛି ସେମାନେ ଖାରବେଳ ନଗର ଥାନାରେ ଏତଲା ଦେଲା ପରେ ଏକ ମାମଲା ରୁଜ୍ଜୁ ହୋଇଛି ମହିଳାମାନଙ୍କ ନାଆରେ ।

ଏପଟେ କିନ୍ତୁ ଜଣାପଡିଛି କି, ଚୋରି କରିବା ସମୟରେ ସିସିଟିଭିରେ କୋୖଣସି ଦୃଶ୍ୟ କଏଦ ହୋଇନାହିଁ । ତେବେ ଏତେ ପରେ ଶେଷରେ ଗୋଟିଏ କଥା ସାମ୍ନାକୁ ଆସୁଛି ପୋଲିସ ଅନେକ ସତର୍କ କରୁଛି, ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣାର ଭିଡିଓ ଭାଇରାଲ୍ ହେଉଛି, ସଚେତନତା ବାର୍ତ୍ତା ବି ଦିଆଯାଉଛି । କିନ୍ତୁ ସାଧାରଣ ଜନତା ସଚେତନ ହେଉନାହାନ୍ତି । ତାହା ହିଁ ଚିନ୍ତାର ବିଷୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.