ମାର୍ଚ୍ଚ ୧୪-୧୫ରେ ହୋଇପାରେ ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଘୋଷଣା

ଲୋକସଭା ନିର୍ବାଚନର ତାରିଖ ବହୁତ ଜଲ୍‌ଦି ଘୋଷଣା ହୋଇପାରେ । ସୂତ୍ରରୁ ଜଣାପଡ଼ିଛି ଯେ ମାର୍ଚ୍ଚ ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

ଲୋକସଭା ନିର୍ବାଚନର ତାରିଖ ବହୁତ ଜଲ୍‌ଦି ଘୋଷଣା ହୋଇପାରେ । ସୂତ୍ରରୁ ଜଣାପଡ଼ିଛି ଯେ ମାର୍ଚ୍ଚ ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । କୁହାଯାଉଛି, ନିର୍ବାଚନ ଆୟୋଗ କ୍ରମାଗତ ଭାବରେ ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଏବଂ ଏହା ଶେଷ ପର୍ଯ୍ୟାୟରେ ଅଛି । ବର୍ତ୍ତମାନ ସାଧାରଣ ନିର୍ବାଚନର ପ୍ରସ୍ତୁତି ଆକଳନ କରିବା ପାଇଁ ଆୟୋଗର ଅଧିକାରୀମାନେ ଅନେକ ରାଜ୍ୟ ଗସ୍ତ କରୁଛନ୍ତି ।

ପଶ୍ଚିମବଙ୍ଗରେ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ପାଇଁ ନିର୍ବାଚନ ଆୟୋଗ (ଇସି)ର ପୂର୍ଣ୍ଣ ପୀଠ ସୋମବାର ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିଛନ୍ତି । ଏପଟେ ବିଜେପି ଏବଂ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।

ଏଥିସହ ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିସାରିଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ନାମ ରହିଛି । ୧୯୫ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ଜାରି କରିଛି । ଯଦିଓ କଂଗ୍ରେସ ଏ ପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ତାଲିକା ଜାରି କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.