ବିଷାକ୍ତ ଖାଦ୍ୟ ଖାଇ ଚାଲିଗଲା ଜୀବନ, ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକେ

ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ହେବା ପରେ ହସ୍ପିଟାଲରେ ଦେଖାଯାଇଛି ଶୋକାକୂଳ ପରିବେଶ । ବିଷାକ୍ତ ଖାଦ୍ୟ ଖାଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଜଣଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ବେସାହାରା ହୋଇପଡ଼ିଛି ।

ଯାଜପୁର (କେନ୍ୟୁଜ୍‌): ମୃତ୍ୟୁ ଯେ କେତେବେଳେ ଆସିବ ତାହା କେହି କହି ପାରିବେନି । ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ହେବା ପରେ ହସ୍ପିଟାଲରେ ଦେଖାଯାଇଛି ଶୋକାକୂଳ ପରିବେଶ । ବିଷାକ୍ତ ଖାଦ୍ୟ ଖାଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଜଣଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ବେସାହାରା ହୋଇପଡ଼ିଛି । ବୃଦ୍ଧଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ପରିବାର ଲୋକେ ।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସଠ ଗାଁ ରେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଯାଜପୁର ଜିଲା ମୁଖ୍ୟ ଚିକତ୍ସାଳୟରେ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ପରେ ହସ୍ପିଟାଲରେ ଶୋକର ଛାୟା ଖେଳିଯାଇଛି । ମୃତକ ହେଉଛନ୍ତି ସଠ ଗାଁ ର ୭୫ ବର୍ଷୀୟା ବୃଦ୍ଧ ଶଶୀଭୁଷଣ ବେହେରା । ଗତ ଶୁକ୍ରବାର ଦିନ ଠାରୁ ଗାଁରେ ବିଷାକ୍ତ ଖାଦ୍ୟ ଖାଇ ୨୦ ରୁ ଉର୍ଦ୍ଧ ବ୍ୟକ୍ତି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ଯେଉଁମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ତୃଟି ପୂର୍ଣ୍ଣ ଚିକିତ୍ସା ପାଇଁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଅନ୍ୟପଟେ ଯଦି ସେଭଳି କିଛି ତଥ୍ୟ ସାମ୍ନାକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଚିକିତ୍ସାଧିକାରୀ।

ସୂଚନା ଅନୁସାରେ ଗତ ଶୁକ୍ରବାର ଗାଁ କୁ ଆସିଥିବା ସାଦ ଭୋଜି ଗାଁରେ ଥିବା ଘରେ ଘରେ ବଣ୍ଟା ଯାଇଥିଲା । ଏହି ଖାଦ୍ୟ ଖାଇବା ପରେ କେତେକ ଲୋକଙ୍କୁ ଝାଡା ଓ ବାନ୍ତି ହୋଇଥିଲା । ପରେ ସେମାନଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବାରୁ ପରିବାର ଲୋକେ ପୂରା ଭାଙ୍ଗି ପଡ଼ିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.