ରାମଚରଣଙ୍କୁ ‘ଇଡଲୀ-ବଡା’ କହିଲେ ଶାହରୁଖ, ରାଗିଗଲେ ଫ୍ୟାନ୍ସ

ଶାହରୁଖ ଖାନ, ସଲମାନ ଖାନ ଏବଂ ଆମିର ଖାନ ଅନନ୍ତ-ରାଧିକାଙ୍କ ପ୍ରି ୱେଡିଂ ସମାରୋହରେ ଏକ ଧମାକେଦାର ଷ୍ଟେଜ ପରଫରମାନ୍ସ ଦେଇଥିଲେ । ଏହି ସମୟରେ ସେମାନେ ଆରଆରଆର ଓସ୍କାର ଓ୍ଵିନିଂ ତେଲୁଗୁ ଗୀତ ‘ନାଟୁ ନାଟୁ’ରେ ନାଚିଥିଲେ । ଏହି ଗୀତର ହୁକ ଷ୍ଟେପ ସେମାନେ ସଠିକ୍‌ ଭାବେ କରିବାରେ ବିଫଳ ହୋଇଥିଲେ, ତେଣୁ ଶାହରୁଖ ମଜାଳିଆ ଭାବେ ରାମଚରଣଙ୍କୁ ଇଡଲୀ-ବଡା ବୋଲି କହିଦେଇଥିଲେ ।

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି ୱେଡିଂ ସମାରୋହ ଗୁଜରାଟ ଜାମନଗରରେ ୩ ଦିନ ଧରି ଚାଲିଛି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହି ସମାରୋହରେ ସମଗ୍ର ଦେଶ ଓ ବିଶ୍ୱର ଜଣାଶୁଣା ସେଲିବ୍ରିଟି ଯୋଗ ଦେଇଥିବା ବେଳେ ବଲିଉଡ ଠାରୁ ସାଉଥ ଷ୍ଟାର ମଧ୍ୟ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ବଲିଉଡର ସେଲିବ୍ରିଟି ପରଫର୍ମ ମଧ୍ୟ କରିଛନ୍ତି । ଏହାରି ମଧ୍ୟରେ ଶାହାରୁଖ ଖାନ ସାଉଥ ସୁପରଷ୍ଟାର ରାମଚରଣଙ୍କୁ ଅପମାନ କରିଥିବାର ଅଭିଯୋଗ ଲାଗିଛି । ରାମଚରଣଙ୍କ ପତ୍ନୀ କେନିଡେଲା ଉପାସନାଙ୍କ ମେକଅପ ଆର୍ଟିଷ୍ଟ ଏହି ଅଭିଯୋଗ କରିଛନ୍ତି ।

ବଲିଉଡର ତିନି ଖାନ ଅର୍ଥାତ୍‌ ଶାହରୁଖ ଖାନ, ସଲମାନ ଖାନ ଏବଂ ଆମିର ଖାନ ଅନନ୍ତ-ରାଧିକାଙ୍କ ପ୍ରି ୱେଡିଂ ସମାରୋହରେ ଏକ ଧମାକେଦାର ଷ୍ଟେଜ ପରଫରମାନ୍ସ ଦେଇଥିଲେ । ଏହି ସମୟରେ ସେମାନେ ଆରଆରଆର ଓସ୍କାର ଓ୍ଵିନିଂ ତେଲୁଗୁ ଗୀତ ‘ନାଟୁ ନାଟୁ’ରେ ନାଚିଥିଲେ । ଏହି ଗୀତର ହୁକ ଷ୍ଟେପ ସେମାନେ ସଠିକ୍‌ ଭାବେ କରିବାରେ ବିଫଳ ହୋଇଥିଲେ, ତେଣୁ ଶାହରୁଖ ମଜାଳିଆ ଭାବେ ରାମଚରଣଙ୍କୁ ଇଡଲୀ-ବଡା ବୋଲି କହିଦେଇଥିଲେ ।

ଏହି କଥାରେ ରାମଚରଣଙ୍କ ପତ୍ନୀଙ୍କ ମେକଅପ ଆର୍ଟିଷ୍ଟ ଜେବା ହସନ ରାମଚରଣଙ୍କ ପ୍ରତି ଅନାଦର ହୋଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ଭାଇରଲ ହେବା ପରେ ବିବାଦ ଆରମ୍ଭ ହୋଇଯାଇଛି । ଭାଇରଲ ହେବା ପରେ ରାମଚରଣଙ୍କ ଫ୍ୟାନ୍ସ ଶାହରୁଖଙ୍କ ଉପରେ ନାରାଜ ହୋଇଛନ୍ତି । ସେମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।

ତେବେ ଏହି ମାମଲାରେ ଶାହରୁଖଙ୍କ ଫ୍ୟାନ୍ସ ମଧ୍ୟ କମେଣ୍ଟ କରୁଛନ୍ତି । ଶାହରୁଖଙ୍କ ସପକ୍ଷରେ ଫ୍ୟାନ୍ସ କମେଣ୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.