ତେଲଙ୍ଗାନା: ଉଜ୍ଜୟିନୀ ମହାକାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ଉଜ୍ଜୟିନୀ ମହାକାଳୀ ମନ୍ଦିରର ପୂଜାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବୀଙ୍କର ଏକ ଫଟୋ ଭେଟି ଦେଇଥିଲେ । ପିଏମ୍‌ ମୋଦି ଏହି ସମୟରେ ଟିକା ଲଗାଇ ମନ୍ଦିରରେ ପ୍ରବେଶ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ତେଲଙ୍ଗାନା ଗସ୍ତରେ ଥିଲେ । ସେ ସୋମବାର ଆଦିଲାବାଦରେ ଅନେକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ଏବଂ ଆଜି ସେ ସିକନ୍ଦରାବାଦରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ମଙ୍ଗଳବାର ଶ୍ରୀ ଉଜ୍ଜୟିନୀ ମହାକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହି ମନ୍ଦିର ତେଲଙ୍ଗାନାର ସିକନ୍ଦରାବାଦରେ ଅବସ୍ଥିତ ।

ପିଏମ୍‌ ମୋଦି ନିଜ ଗସ୍ତର ଦ୍ୱିତୀୟ ଦିନରେ ସିକନ୍ଦରାବାଦରେ ପହଞ୍ଚିଥିଲେ । ସେଠାରେ ସେ ମନ୍ଦିରରେ ଦର୍ଶନ କରିଥିଲେ ଏବଂ ଏହାପରେ ତେଲଙ୍ଗାନାରେ ୭,୨୦୦ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଥିଲେ ।

ଉଜ୍ଜୟିନୀ ମହାକାଳୀ ମନ୍ଦିରର ପୂଜାରୀମାନେ ମୋଦିଙ୍କୁ ଦେବୀଙ୍କର ଏକ ଫଟୋ ଭେଟି ଦେଇଥିଲେ । ପିଏମ୍‌ ମୋଦି ଏହି ସମୟରେ ଟିକା ଲଗାଇ ମନ୍ଦିରରେ ପ୍ରବେଶ କରିଥିଲେ । ମନ୍ଦିରରେ ଦର୍ଶନ ପାଇଁ ସେ ଧଳା କୁର୍ତ୍ତା ଉପରେ ନୀଳ ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିଲେ । ମନ୍ଦିର ଦ୍ୱାରରେ ପୂଜାରୀମାନଙ୍କ ଦ୍ୱାରା ଦେବୀ ମା’ଙ୍କୁ ପ୍ରସାଦ ଚଢ଼ାଇଥିଲେ ।

ମନ୍ଦିର ପୂଜାରୀ ପିଏମ୍‌ ମୋଦିଙ୍କୁ କିଛି ପୁସ୍ତକ ଜରିଆରେ ଏହି ପବିତ୍ର ଜାଗା ବିଷୟରେ ସୂଚାଇଥିଲେ । ଏହି ମନ୍ଦିର ଦେବୀ କାଳୀଙ୍କୁ ସମର୍ପିତ ରହିଛି । ଏହାକୁ ହିନ୍ଦୁ ଧର୍ମର ପ୍ରମୁଖ ମନ୍ଦିର ମଧ୍ୟରେ ବିବେଚନା କରାଯାଇଥାଏ । ଉଜ୍ଜୟିନୀ ମନ୍ଦିର ପାଖାପାଖି ୨୦୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ଏହି ମନ୍ଦିର ବର୍ଷ ସାରା ଭକ୍ତଙ୍କ ପାଇଁ ଖୋଲା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.